କଟକ: ଓଡିଶା କ୍ରିକେଟ ଆସୋସିଏସନ ପାଇଁ ବଢିଛି ଚ୍ୟାଲେଞ୍ଜ । ଜୁଲାଇ 25 ତାରିଖରୁ ବିଭିନ୍ନ ବୟସ ବର୍ଗ ସହ ମହିଳା କ୍ରିକେଟ ଟୁର୍ଣ୍ଣମେଣ୍ଟ ଆରମ୍ଭ ହେବ । ଏହାକୁ ନେଇ ଚୂଡାନ୍ତ ନିଷ୍ପତି ହୋଇଛି । ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ କ୍ରିକେଟର ଜୈବ ବଳୟ ମଧ୍ୟରେ ରହିବେ । ଏତେ ଯୋଜନା ମଧ୍ୟରେ ବିସିସିଆଇର ଘରୋଇ ସିିଜିନ ଉପରେ ବେଶୀ ଫୋକସ୍ କରିବା ଦରକାର ଓସିଏ । କାରଣ ଗତ ବର୍ଷ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା । ଯାହା ରାଜ୍ୟର କ୍ରିକେଟ ଫ୍ୟାନମାନଙ୍କୁୁ ବେଶ କଷ୍ଟ ଦେଇଥିଲା ।
‘ସମୟ କମ୍, ବର୍ତ୍ତମାନଠୁ କ୍ରିକେଟରମାନେ ଅଭ୍ୟାସ ଆରମ୍ଭ କରନ୍ତୁ’ - ଘରୋଇ ସିଜିନ ପାଇଁ କ୍ରିକେଟ ସମୀକ୍ଷକଙ୍କ ପ୍ରତିକ୍ରିୟା
ଓଡିଶା କ୍ରିକେଟ ଆସୋସିଏସନ ପାଇଁ ବଢିଛି ଚ୍ୟାଲେଞ୍ଜ । ଜୁଲାଇ 25 ତାରିଖରୁ ବିଭିନ୍ନ ବୟସ ବର୍ଗ ସହ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହାକୁ ନେଇ ଚୂଡାନ୍ତ ନିଷ୍ପତି ହୋଇଛି । ଏଥିପାଇଁ ବର୍ତ୍ତମାନଠାରୁ ରାଜ୍ୟ କ୍ରିକେଟରମାନେ ଅଭ୍ୟାସ ଆରମ୍ଭ କରିବା ଆବଶ୍ୟକ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ। ଅଧିକ ପଢ଼ନ୍ତୁ...
ସମୟ କମ୍, ବର୍ତ୍ତମାନଠୁ କ୍ରିକେଟରମାନେ ଅଭ୍ୟାସ ଆରମ୍ଭ କରନ୍ତୁ: କ୍ରିକେଟ ସମୀକ୍ଷକ
ଏହାଦ୍ବାରା ଖେଳାଳିମାନେ ଯେବେ ଆଉଟଡୋରକୁ ଅଭ୍ୟାସ ପାଇଁ ଓହ୍ଲାଇବେ ସେତେବେଳେ ସେମାନେ ମାନସିକସ୍ତରରେ ନିଜକୁ ପ୍ରସ୍ତୁତ କରି ପାରିବେ । ନଚେତ ସିଜିନ ଆରମ୍ଭରୁ ବ୍ୟାକଫୁଟରୁ ଫ୍ରଣ୍ଟଫୁଟକୁ ଫେରିବା କଷ୍ଟକର ହୋଇପଡ଼ିବ ବୋଲି କ୍ରିକେଟ ସମୀକ୍ଷକ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ