ଓଡିଶା

odisha

ETV Bharat / city

OCAକୁ ଫେରିଲା ଘରୋଇ କ୍ରିକେଟ; ଜୁଲାଇ 25ରୁ ଲଢେଇ - cricket

ଜୁଲାଇ 25ରୁ ଓଡିଶା କ୍ରିକେଟ ଆସୋସିଏସନରେ ଆରମ୍ଭ ହେବ ମ୍ୟାଚ । ଏନେଇ ଚୟନ କମିଟି ଓ ଟୁର୍ଣ୍ଣାମେଣ୍ଟ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ବଡ ନିଷ୍ପତ୍ତି ଆସିଛି । ଅଧିକ ପଢନ୍ତୁ...

ଓସିଏକୁ ଫେରିଲା ଘରୋଇ କ୍ରିକେଟ
ଓସିଏକୁ ଫେରିଲା ଘରୋଇ କ୍ରିକେଟ

By

Published : Jul 8, 2021, 12:17 PM IST

କଟକ: ଦୀର୍ଘ ଦିନର ପରେ ଓସିଏରେ ପୁଣି ଆରମ୍ଭ ହେବ କ୍ରିକେଟ ସିଜିନ୍ । ଏ ନେଇ ଚୟନ କମିଟି ଓ ଟୁର୍ଣ୍ଣାମେଣ୍ଟ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ବଡ ନିଷ୍ପତ୍ତି ଆସିଛି । ଜୁଲାଇ 25ରୁ ଓଡିଶା କ୍ରିକେଟ ଆସୋସିଏସନରେ ଆରମ୍ଭ ହେବ ମ୍ୟାଚ ।

ପ୍ରଥମେ ଆନ୍ତଜିଲ୍ଲା ପୁରୁଷ ସିନିୟର ଓ 19 ବର୍ଷରୁ କମ କ୍ରିକେଟ ପ୍ରତିଯୋଗିତା ହେବ । ଉଭୟ କଟକ ଓ ଭୁବନେଶ୍ବରରେ ଖେଳାଯିବ ସମସ୍ତ ମ୍ୟାଚ । ସମୁଦାୟ 6ଟି ଗ୍ରୁପରେ ରହିବେ 37ଟି ଟିମ । ଲିଗ ମ୍ୟାଚ ଏକଦିବସୀୟ ଆଧାରରେ ଖେଳାଯିବ । ଏହା ସହିତ ସୁପର ଲିଗ ମ୍ୟାଚ 3ଟି ଫର୍ମାଟରେ ଖେଳାଯିବ ।

ଏକ ଦିବସୀୟ, ଟି-20 ଓ ଦୁଇ ଦିନିଆ ମ୍ୟାଚ ହେବ । ଏହି ସମସ୍ତ ମ୍ୟାଚ ବାୟୋ ବବଲ ଆଧାରରେ ଆୟୋଜିତ ହେବ । ସେହିପରି 16 ବର୍ଷରୁ କମ ଆନ୍ତଜିଲ୍ଲା କ୍ରକେଟ ପ୍ରତିଯୋଗିତା ମଧ୍ୟ ସମାନ ଦିନରେ ଆରମ୍ଭ ହେବ । ଏହାର ସମସ୍ତ ମ୍ୟାଚ ଭୁବନେଶ୍ବରରେ ଖେଳାଯିବ । ମହିଳା କ୍ରିକେଟରଙ୍କ ପାଇଁ ମଧ୍ୟ ଖୁସି ଖବର ଆଣିଛି ଓସିଏ । ଜୁଲାଇ 25 ତାରିଖରର ଉଭୟ ଟି-20 ଓ ଏକଦିବସୀୟ ମହିଳା କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବ । ତେବେ ଏହି ଘରୋଇ ସିଜିନରେ ଓଡିଶା ରାଜ୍ୟ ଦଳ ପାଇଁ ପ୍ରମୁଖ ଖେଳାଳି ଚୟନ ହେବା ବାଟ ଫିଟିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details