ଓଡିଶା

odisha

ETV Bharat / city

ପ୍ରଦୂଷଣ ମୁକ୍ତ ଦୀପାବଳୀ, ଏଥର ଘରେ ଜଳିବ ଗୋବର ଦୀପ - ଆଲୋକର ପର୍ବ ଦୀପାବଳୀ

ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଳନ କରିବା ପାଇଁ ଏକ ନିଆରା ପ୍ରୟାସ କରୁଛନ୍ତି କଟକ ନୂଆପଡା ର ଗୋମାତା ସେବକ ଦମ୍ପତ୍ତି । ନିଜ ଘରେ ଗୋବର,ଗୋମୁତ,ଘିଅ,କ୍ଷୀର,ଦହି ସହିତ ଗେରୁମାଟି ବ୍ୟବହାର କରି ତିଆରି କରୁଛନ୍ତି ସୁନ୍ଦର ଦୀପ। ଅଧିକ ଖବର ପଢନ୍ତୁ...

ପ୍ରଦୂଷଣ ମୁକ୍ତ ଦୀପାବଳୀ, ଏଥର ଘରେ ଜଳିବ ଗୋବର ଦୀପ
ପ୍ରଦୂଷଣ ମୁକ୍ତ ଦୀପାବଳୀ, ଏଥର ଘରେ ଜଳିବ ଗୋବର ଦୀପ

By

Published : Nov 13, 2020, 6:54 AM IST

Updated : Nov 13, 2020, 2:14 PM IST

କଟକ: ଏଥର ନିଆରା ଢଙ୍ଗରେ ପାଳିତ ହେବ ଆଲୋକର ପର୍ବ ଦୀପାବଳୀ । ଫୁଟିବନି ବାଣ କି ପ୍ରଦୂଷଣ ହେବନି ପରିବେଶ । ସମ୍ପୂର୍ଣ୍ଣ ଭାବେ ଗ୍ରୀନ ଦୀପୋତ୍ସବ ପାଳନ । ପ୍ରଥମ ଥର ପାଇଁ ଏପରି ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଳନ ପାଇଁ ଏକ ନିଆରା ପ୍ରୟାସ କରୁଛନ୍ତି କଟକ ନୂଆପଡାର ଗୋମାତା ସେବକ ଦମ୍ପତ୍ତି । କୋରୋନା କାଳରେ ଦୀପାବଳୀ କିପରି ହେବ ସେଥିପାଇଁ ସମସ୍ତେ ଚିନ୍ତିତ ଥିବା ବେଳେ ଏହି ଦମ୍ପତ୍ତି ଗୋମାତାଙ୍କ ବିଭିନ୍ନ ଜିନିଷ ବ୍ୟବହାର କରି ଏକ ସୁନ୍ଦର ପ୍ରଦୂଷଣ ମୁକ୍ତ ଦୀପ ତିଆରି କରୁଛନ୍ତି । ଏହି ଦୀପ ଗୋବର,ଗୋମୂତ୍ର,ଘିଅ,କ୍ଷୀର ଓ ଦହି ସହିତ ଗେରୁମାଟିର ମିଶ୍ରଣରେ ପ୍ରସ୍ତୁତ । ତେବେ ଏହାକୁ ଜାଳିଲେ ଘରେ ପ୍ରଦୂଷଣ କମିବା ସହିତ ଅମ୍ଳଜାନ ସ୍ତର ବଢିବ ବୋଲି ସେମାନେ ମତ ଦେଇଛନ୍ତି ।

ପ୍ରଦୂଷଣ ମୁକ୍ତ ଦୀପାବଳୀ, ଏଥର ଘରେ ଜଳିବ ଗୋବର ଦୀପ

ଘରେ ନିଜ ପରିବାର ସହ ୪ /୫ ଜଣ ଲୋକଙ୍କୁ ନେଇ ଦିନକୁ ୫ ଶହ ଦୀପ ପ୍ରସ୍ତୁତ କରୁଛନ୍ତି ଏମାନେ । ଗୋଟିଏ ଦୀପ ର ମୂଲ୍ୟ ଅଢେଇ ଟଙ୍କାରୁ ୩ ଟଙ୍କା ରଖାଯାଇଛି । ସେହିପରି ୧୨ ଟା ଦୀପ କୁ ୩୦ ଟଙ୍କା ମୂଲ୍ୟ ରଖାଯାଇଛି । ପ୍ରତ୍ୟକ ଦିନ ୫ ଶହରୁ ୧ ହଜାର ଦୀପ ପ୍ରସ୍ତୁତ କରାଯାଉଛି । ଏହା ସମ୍ପୂର୍ଣ୍ଣ ଶୁଦ୍ଧ ଜିନିଷରେ ତିଆରି କରାଯାଉଛି । ଏପର୍ଯ୍ୟନ୍ତ ସେମାନଙ୍କ ପାଖକୁ ୫ ହଜାର ଦୀପର ଅର୍ଡର ଆସିଲାଣି । ତେଣୁ ଏବର୍ଷ ଦୀପାବଳୀ ନୁହେଁ ବରଂ ବର୍ଷ ତମାମ ଏପରି ଗୋବର ଦୀପ ସମସ୍ତେ ବ୍ୟବହାର କରିବା ଉଚିତ । ଏହାଦ୍ୱାରା ଗୋମାତାର ରକ୍ଷଣାବେକ୍ଷଣ ହେବା ସହ ପରିବେଶ ଭଲ ରହିବ ।

କୋରୋନାରୁ ମୁକ୍ତ ହେବା ପାଇଁ ଏବେ ସମସ୍ତେ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରିବାକୁ ଆଗେଇ ଆସିଲେଣି । ଏହି ପ୍ରାକୃତିକ ସାମଗ୍ରୀ ବ୍ୟବହାର କଲେ ପରିବେଶ ସୁରକ୍ଷା ହେବ ଆଉ ଉପକୃତ ହେବେ ସମସ୍ତେ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : Nov 13, 2020, 2:14 PM IST

ABOUT THE AUTHOR

...view details