କଟକ: ମହାନଗର ନିଗମରେ ମଙ୍ଗଳବାର ଠାରୁ ମାସ୍କ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ। ଏନେଇ ସିଏମସି ପକ୍ଷରୁ ସଚେତନ କରାଯାଇଛି।
କୋରୋନା ମହାମାରୀର ପ୍ରକୋପକୁ ଦେଖି କଟକ ମହାନଗର ନଗମ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ସଚେତନ କରାଯାଇଛି । ବିଶେଷକରି ଜନଗହଳି ସ୍ଥାନରେ ଲୋକମାନେ କୋଭିଡ ନିୟମକୁ ଉଲଙ୍ଘନ କରୁଛନ୍ତି । ଏପରିକି ମାସ୍କ ପିନ୍ଧିବା ବି ଭୁଲିଗଲେଣି । ତେବେ ଆସନ୍ତାକାଲି ଠାରୁ ନିୟମ ଉଲଙ୍ଘନକାରୀଙ୍କ ଠାରୁ ଫାଇନ କଟାଯିବ । ପ୍ରଥମ ଥର ଓ ଦ୍ଵିତୀୟ ଥର ନିୟମ ଉଲଙ୍ଘନ କଲେ ୫୦୦ ଟଙ୍କା ଫାଇନ କଟାଯିବ ।