କଟକ: ସିଲଭରସିଟିରେ କୋଭିଡ ସ୍ଥିତି ହେଉଛି ଭୟାବହ। 900 ଉପରେ ରହୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସିଏମସି ମଧ୍ୟ ଚେକିଂକୁ କଡାକଡି କରିଛି । କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ଠାରୁ ଜୋରିମାନା ଆଦାୟ କରୁଛି ।
ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସି କରିଛି ବଡ ଯୋଜନା । ଏନଫୋର୍ସମେଣ୍ଟ ଟିମ ଜରିଆରେ ବଡ ବଡ ଛକ ନିକଟରେ ହେଉଛି ଜୋରଦାର ଚେକିଂ । ଗୋଟିଏ ପଟେ କମିଶନରେଟ ପୋଲସ ଅନ୍ୟପଟେ ସିଏମସି । ମିଳିତ ଉଦ୍ୟମରେ କଟକ ସହରରେ ଜାରି ରହିଛି କଡାକଡି ଚେକିଂ ଓ ବ୍ଲକିଂ। ତେବେ କଟକରେ ଅମାନିଆ ମାନଙ୍କୁ ସବଡ଼ କରିବା ପାଇଁ ନୂଆ ନୂଆ ଯୋଜନା ହାତକୁ ନେଇଛି କଟକ ମହାନଗର ନିଗମ । ବଡ ବଡ ଛକରେ ଚେକିଂ ବେଳେ ନିକଟରେ ଥିବା ଛୋଟ ଗଳି କନ୍ଦି ରାସ୍ତାରେ ବି ପଇଁତରା ମାରୁଚି ଟିମ । ଯିଏ ବି ହାବୁଡରେ ପଡୁଛି ସେ କାଟୁଛି ଫାଇନ ।