କଟକ: ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଏହି ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର କଟକଣା ଲଗାଇଥିବା ବେଳେ ଅନେକ ସ୍ଥାନରେ ସାପ୍ତାହିକ ସଟଡାଉନ ମଧ୍ୟ ରହିଛି । ତେବେ ଏହି କଟକଣା ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ବୁଧବାର ସୁଦ୍ଧା ମୋଟ ୭୩୬୧ଟି ମାମଲା ରୁଜୁ କରାଯାଇଛି ।
କୋରୋନା କଟକଣା ଉଲ୍ଲଂଘନ: ରାଜ୍ୟରେ ଏବେ ସୁଦ୍ଧା ୭୩୬୧ ମାମଲା ରୁଜୁ - ରାଜ୍ୟରେ କଟକଣା ନିୟମ
ରାଜ୍ୟରେ କଟକଣା ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ବୁଧବାର ସୁଦ୍ଧା ମୋଟ ୭୩୬୧ଟି ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...
![କୋରୋନା କଟକଣା ଉଲ୍ଲଂଘନ: ରାଜ୍ୟରେ ଏବେ ସୁଦ୍ଧା ୭୩୬୧ ମାମଲା ରୁଜୁ କୋରୋନା କଟକଣା ଉଲ୍ଲଂଘନ: ରାଜ୍ୟରେ ଏବେ ସୁଦ୍ଧା ୭୩୬୧ ମାମଲା ରୁଜୁ](https://etvbharatimages.akamaized.net/etvbharat/prod-images/768-512-8396336-813-8396336-1597246528418.jpg)
କୋରୋନା କଟକଣା ଉଲ୍ଲଂଘନ: ରାଜ୍ୟରେ ଏବେ ସୁଦ୍ଧା ୭୩୬୧ ମାମଲା ରୁଜୁ
ଗତ ମାର୍ଚ୍ଚ ୨୪ରୁ ଏବେ ସୁଦ୍ଧା ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ସକାଳୁ ବୁଧବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ କରାଯାଇଛି । ଏହି ୪ଟି ମାମଲା ମଧ୍ୟରୁ ଗୋଟିଏ ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ଅନ୍ୟ ୩ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ