ଓଡିଶା

odisha

ETV Bharat / city

କୋରୋନା ପ୍ରହାରରେ ବଦଳିଛି ପେସା, ଫେମସ୍ କୋରିଓଗ୍ରାଫର ବିକୁଛନ୍ତି ଚିକେନ - କୋରିଓଗ୍ରାଫରରୁ କୁକୁଡା ବ୍ୟବସାୟୀ

ପରିସ୍ଥିତିର କ୍ରୁରତା ଆଗରେ ହାରିନାହାନ୍ତି ସେ । କୋରୋନା ଜୀବିକା ଛଡାଇନେଇଛି ସତ ହେଲେ ଭାଙ୍ଗିପାରିନି ତାଙ୍କ ଦୃଢ ମନୋବଳ । ଭେଟନ୍ତୁ, ସେହି ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ.. ଯିଏ ଜଣାଶୁଣା କୋରିଓଗ୍ରାଫର ହୋଇବି ଚିକେନ ବିକି ହୋଇଛନ୍ତି ଆତ୍ମନିର୍ଭରଶୀଳ । ଆଉ ପାଲଟିଛନ୍ତି ଅନ୍ୟ ପାଇଁ ପ୍ରେରଣା ...

କେରୋନା ପ୍ରହାରରେ ବଦଳିଛି ପେସା , ଫେମସ କୋରିଓଗ୍ରାଫର ବିକୁଛନ୍ତୁ ଚିକେନ
କେରୋନା ପ୍ରହାରରେ ବଦଳିଛି ପେସା , ଫେମସ କୋରିଓଗ୍ରାଫର ବିକୁଛନ୍ତୁ ଚିକେନ

By

Published : May 21, 2021, 8:14 PM IST

କଟକ: ମହାମାରୀକୁ ନେଇ ବଢୁଛି ଚିନ୍ତା । ରାଜ୍ୟରେ ପ୍ରତିଦିନ ଉଚ୍ଚରେ ରହୁଛି କୋରୋନା ଗ୍ରାଫ । ମୃତ୍ୟୁ ସଂଖ୍ୟା ମଧ୍ୟ ଆକଳନ ବାହାରକୁ ଗଲାଣି । ଏହାରି ମଧ୍ୟରେ ସରକାର ଲକଡାଉନ ଓ ସଟଡାଉନ ଉପରେ ଦେଉଛନ୍ତି ଫୋକସ । କାରଣ ଏହା ହେଉଛି ଏକ ମାଧ୍ୟମ ଯାହା ଦ୍ୱାରା କୋଭିଡର ଦ୍ୱିତୀୟ ଲହରକୁ ରୋକି ହେବ । କିନ୍ତୁ ଏଥି ମଧ୍ୟରେ ଅନେକ କଷ୍ଟର ଚିତ୍ର ସମ୍ନାକୁ ଆସୁଛି । କେଉଁଟି ଜୀବନ ପାଇଁ ଜୀବିକା ଯାଉଥିଲା ବେଳେ ଆଉ କେଉଁଟି ପେଟ ପାଇଁ ବଦଳିଯାଉଛି ପେସା । ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଓଲିଉଡର ଜଣାଶୁଣା ଡ୍ୟାନ୍ସ କୋରିଓଗ୍ରାଫର ତଥା ଅଭିନେତା ଜିତୁ ରାଉତ ।

କେରୋନା ପ୍ରହାରରେ ବଦଳିଛି ପେସା , ଫେମସ କୋରିଓଗ୍ରାଫର ବିକୁଛନ୍ତୁ ଚିକେନ

ବନ୍ଦ ହୋଇଯାଇଛି ଆଉଟ ଡୋର ସୁଟିଂ । ଯାହାକୁ ନେଇ ଅନେକ କଳାକାର ବଦଲାଇଛନ୍ତି ସେମାନଙ୍କ ପେସା । ଏହାରି ମଧ୍ୟରେ କଟକର ଫେମସ କୋରିଓଗ୍ରାଫର ଜିତୁ ନାୟକ ଭାଙ୍ଗି ନ ଯାଇ ସାଜିଛନ୍ତି ଵ୍ୟଵସାୟୀ । ଚିକେନ୍ ସେଣ୍ଟର କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ଜିତୁ ।

1995 ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପି ଥିଲେ ଜିତୁ । ଜୀବନ କାଳ ମଧ୍ୟରେ ହଜାର ହଜାର ଅଲବମ ରେ ନୃତ୍ୟ ଶିଖାଇବା ସହ 13 ଟି ଫିଲ୍ମ ରେ ମଧ୍ୟ ନିଜର ଡ୍ୟାନ୍ସ କରିସ୍ମା ଦେଖାଇଛନ୍ତି । ସେ ସାଉଣ୍ଡ ଆକ୍ସନ କହୁଥିଲେ ଚାଲୁଥିଲା କଳାକାର ପାଦ । ହେଲେ ଏବେ କୋଭିଡ ପ୍ରହାରରେ ପେଟ ପୋଷିବାକୁ ବଦଳିଯାଇଛି ତାଙ୍କ ପେସା । ଓଭର ବ୍ରିଜ ତଳେ ଚିକେନ୍ ସେଣ୍ଟର କରି ନିଜର ପରିବାର ପୋଷଣ କରୁଛନ୍ତି ଜିତୁ। ନିଜର କଳା କୁ ହୃଦୟରେ ଚାପି ଅର୍ଥ ଉପାର୍ଜନ କରିବା ନିତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ସେ । ସୁଟିଂରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ସେ ଅଟକିନାହାନ୍ତି କି ଆତ୍ମବିଶ୍ବାସ ହାରିନାହାନ୍ତି , ବରଂ ଖୋଜିଛନ୍ତି ରୋଜଗାରର ନୂଆ ପନ୍ଥା । ବର୍ତ୍ତମାନ ସମୟରେ ଜୀବନ ଜୀବିକା କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ଏହି ବ୍ୟବସାୟ କୁ ମଧ୍ୟ ବେଶ ଆନନ୍ଦରେ ସମ୍ବାଳୁଛନ୍ତି ସେ। ସରକାରଙ୍କ ଗାଇଡ଼ଲାଇନ ଆଧାରରେ ସେ ଦୋକାନ ଖୋଲୁଛନ୍ତି ।


କୋରୋନାରେ ଜୀବନ ସହ , କେତେ ଯେ ଜୀବିକା ଗିଳିଲାଣି ତାର ଠିକ ହିସାବ ନାହିଁ । ବିଶେଷ କରି କଳାକାରଙ୍କ କ୍ୟାରିଅର ରେ କଳାବାଦଲ ବିଛେଇଦେଇଛି ବିନାଶକାରୀ କୋଭିଡ୍ । ଏଥିପାଇଁ ବହୁତ ଜଣ ହତାଶ ହୋଇପଡିଥିବା ବେଳେ ଜିତୁ କୌଣସି କାମକୁ ଛୋଟ ନ ଭାବି ନିଜ ସୌଖୀନ ଜୀବନକୁ ପଛରେ ଛାଡି କରିଛନ୍ତି ଏହି ଚିକେନ ଦୋକାନ । ତେବେ ସରକାର ଏଭଳି ଦକ୍ଷତାସମ୍ପର୍ଣ୍ଣ କଳାକାରଙ୍କୁ ରିଲିଫ ଦେବାକୁ ତୁରନ୍ତ କିଛି ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।


ସଙ୍କଟ ସମୟରେ ନ ଭାଙ୍ଗି ସୁଯୋଗ କିଭଳି ଖୋଜିବ, ତାର ବଡ ଉଦାହରଣ ଜିତୁ । ତାଙ୍କର ଦୃଢ ମନୋବଳ ଓ ଅତୁଟ ଧୈର୍ଯ୍ୟ ବର୍ତ୍ତମାନ ସମୟରେ ନିଯୁକ୍ତି ହରାଉଥିବା ଲୋକଙ୍କୁ ନିଶ୍ଚୟ ଦେବ ପ୍ରେରଣା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details