ଓଡିଶା

odisha

ETV Bharat / city

ସିଲଭର ସିଟିରେ ଫିକା ପାର୍ବଣ: କମିଲା ମୂର୍ତ୍ତି ଉଚ୍ଚତା, ବଢିଲା କାରିଗରଙ୍କ ଚିନ୍ତା - କମିଲା ମୂର୍ତ୍ତି ଉଚ୍ଚତା

ପୂଜା ପାର୍ବଣ ସବୁ ଥିରେ ଆଗରେ ଏହି ସହର । ପାର୍ବଣର ପଦାର୍ପଣରେ ଚଳଚଞ୍ଚଳ ହୋଇଉଠେ ସିଲଭର ସିଟି କଟକ । କାହିଁ କେଉଁ ଅମଳରୁ ସହରରେ ବେଶ ଧୂମଧାମରେ ପାଳନ ହୁଏ ଦୁର୍ଗା ପୂଜା । ହେଲେ ଦୀର୍ଘ ଦୁଇ ବର୍ଷ ହେବ ପାର୍ବଣରେ ଲାଗିଛି କୋଭିଡ ରୂପକ କଳଙ୍କ । ପୂଜାରେ କଟକଣା ଲାଗିବା ସହିତ ମୂର୍ତ୍ତି ଉଚ୍ଚତାରେ ଲାଗିଛି ରୋକ । ଫଳରେ କାରିଗରଠାରୁ ନେଇ ମେଢ ବ୍ୟବସାୟୀଙ୍କ ଜିବୀକା ବୁଡିଛି । ଅଧିକ ପଢନ୍ତୁ...

କମିଲା ମୂର୍ତ୍ତି ଉଚ୍ଚତା,ବଢିଲା କରିଗର ଚିନ୍ତା
କମିଲା ମୂର୍ତ୍ତି ଉଚ୍ଚତା,ବଢିଲା କରିଗର ଚିନ୍ତା

By

Published : Oct 4, 2021, 4:36 PM IST

କଟକ: ଭାଇଚାରାର ସହର ସିଲଭର ସିଟି କଟକ । ପୂଜା ପାର୍ବଣ ସବୁ ଥିରେ ଆଗରେ ଏହି ସହର । ପାର୍ବଣର ପଦାର୍ପଣରେ ଚଳ ଚଞ୍ଚଳ ହୋଇଉଠେ ସିଲଭର ସିଟି କଟକ । କାହିଁ କେଉଁ ଅମଳରୁ ସହରରେ ବେଶ ଧୂମଧାମରେ ପାଳନ ହୁଏ ଦୁର୍ଗା ପୂଜା । ହେଲେ ଦୀର୍ଘ ଦୁଇ ବର୍ଷ ହେବ ପାର୍ବଣରେ ଲାଗିଛି କୋଭିଡ ରୂପକ କଳଙ୍କ । ପୂଜାରେ କଟକଣା ଲାଗିବା ସହିତ ମୂର୍ତ୍ତି ଉଚ୍ଚତାରେ ଲାଗିଛି ରୋକ । ଫଳରେ କାରିଗର ଠାରୁ ନେଇ ମେଢ ବ୍ୟବସାୟୀଙ୍କ ଜିବୀକା ବୁଡିଛି ।

କମିଲା ମୂର୍ତ୍ତି ଉଚ୍ଚତା, ବଢିଲା କାରିଗର ଚିନ୍ତା

କୋଭିଡ ଯୋଗୁଁ ସବୁ ଦିଗ ବେହାଲ ହୋଇଛି । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାର୍ବଣ ପାଇଁ ଜାରି ହୋଇଛି ଗାଇଡଲାଇନ । ଆଉ ପୂଜାରେ ଯେଉଁ ରାସ୍ତା ଜନସମୁଦ୍ର ପାଲଟିଥାଏ ସେଠି ନାଇଟ କର୍ଫ୍ୟୁ ଲାଗିଛି । ପାର୍ବଣ ଋତୁ ଆସିଛି ସତ ହେଲେ ସେ ମହକ ନାହିଁ । ମୂର୍ତ୍ତି ଉଚ୍ଚତାକୁ ନେଇ ଟଣାଓଟରା ଭିତରେ ମାତ୍ର ୪ ଫୁଟ ଉଚ୍ଚ ମୂର୍ତ୍ତି କରିବାକୁ ଅନୁମତି ମିଳିଛି । ଫଳରେ ମାଆଙ୍କ ଆଭୂଷଣ ଲାଗିବା କଷ୍ଟ ବୋଲି କହିଛନ୍ତି ପୂଜା କମିଟି ସମ୍ପାଦକ । ଏହା ସହିତ ମୂର୍ତ୍ତି କାରିଗର ରୋଜଗାର କରୁଥିବା ଦୁଇ ପଇସା ମଧ୍ୟ ହାତଛଡା ହୋଇଛି । ଖାଲି ସେତିକି ନୁହେଁ ମେଢ କାରିଗର ମଧ୍ୟ କ୍ଷତି ସହିଛନ୍ତି ।

ଗତବର୍ଷ ଅପେକ୍ଷା ଯେଉଁ ପାରିଶ୍ରମିକ ମିଳୁଥିଲା ତାହା ଚଳିତ ବର୍ଷ ନାହିଁ । ଅନେକ ପୂଜା କମିଟି ଟଙ୍କା କାଟ କରୁଛନ୍ତି । ଫଳରେ କାରିଗରଙ୍କ ପକ୍ଷେ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ସେପଟେ ପୂଜାକୁ ଆଉ ଦିନ କେଇଟା ବାକି ଥିବାବେଳେ ଛୋଟ ମୂର୍ତ୍ତି ହେଉ ପଛେ ଦିନ ରାତି ଏକ କରି ମୂର୍ତ୍ତି ତିଆରରେ ଲାଗି ପଡିଛନ୍ତି କାରିଗର । କୋରୋନା କଟକଣା ଭିତରେ ପୂଜା କରିବା ନେଇ ସରକାରଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ ମାତ୍ର ସରକାରଙ୍କୁ କରିଗରଙ୍କ ପେଟ ପାଟଣା କଥା ଭାବିବା ଦରକାର । କୋରୋନା କେବେ ଯାଉଛି ଆଉ କଟକଣା କେବେ ହଟୁଛି ଆଉ ପୂର୍ବ ପରି କରିଗର ମୁହଁରେ ହସ ଫେରୁଛି ତାହା ଦେଖିବା ବାକି ରହିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details