କଟକ: ସହରରେ ଦିନିକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟୁଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କ ସଚେତନ କରାଯିବା ସହ ସ୍ବତନ୍ତ୍ର କୋଭିଡ ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ କରାଯାଇ ନିୟମ ଖିଲାପକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଆଜି(ଶୁକ୍ରବାର) ମଧ୍ୟ ସ୍କ୍ୱାର୍ଡ ଟିମ ଓ କମିଶନରେଟ ପୋଲିସର ମିଳିତ ସହଯୋଗରେ ବେଲ ଭ୍ୟୁ ଛକରେ ମାସ୍କ ଚେକିଂକୁ ଜୋରଦାର କରାଯାଇଛି । ତେବେ ଗତ ୪ ଦିନରେ ସହରରେ ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଫାଇନ କଟାଯାଇଥିବା ସିଏମସି ପକ୍ଷରୁ ସୂଚନା ମିଳିଛି ।
କୋରୋନା ଚେକିଂ, ୪ ଦିନରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଫାଇନ କାଟିଲା ସିଏମସି - fine collection
କଟକରେ କୋରୋନା ଚେକିଂକୁ କଡାକଡି କରାଯାଇଛି । ତେବେ ଗତ 4 ଦିନରେ ଅମାନିଆଙ୍କ ଠାରୁ 1 ଲକ୍ଷରୁ ଉର୍ଦ୍ଧ୍ବ ଫାଇନ ଆଦାୟ କରାଯାଇଥିବା ନେଇ ସିଏମସି ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...
କୋରୋନା ଚେକିଂ, ୪ ଦିନରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଫାଇନ କାଟିଲା ସିଏମସି
ସିଏମସି ଓ କମିଶନରେଟ ପୋଲିସ ମିଳିତ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ବେଲଭ୍ୟୁ ଛକରେ ମାକ୍ସ ଚେକିଂ କରାଯାଇଥିଲା । ଯେଉଁମାନେ ଯାତାୟତବେଳେ ମାସ୍କ ପିନ୍ଧି ନଥିଲେ ତାଙ୍କର ଫାଇନ କରାଯାଇଥିଲା । ଯେଉଁମାନେ ଠିକ ଭାବରେ ମାକ୍ସ ପିନ୍ଧି ନଥିଲେ ସେମାନଙ୍କୁ ସଚେତନା କରାଯାଇଛି । ଆସନ୍ତାକାଲି(ଶନିବାର) ଠାରୁ ମାକ୍ସ ପିନ୍ଧି ନଥିବା ଯାତାୟାତକାରୀଙ୍କୁ ଫାଇନ ସହିତ ମାକ୍ସ ପ୍ରଦାନ କରାଯିବ ବୋଲି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ