କଟକ: ଶୀତ ଋତୁରେ ବଢିପାରେ କୋଭିଡ କାୟା । ଏହି ସମୟରେ ଲୋକଙ୍କୁ କେବଳ ସଚେତନତା ହିଁ ଏହି ରୋଗରୁ ରକ୍ଷା କରିପାରିବ । ଆଗାମୀ ଦିନରେ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ ।
ସାରା ବିଶ୍ବର ଅନେକ ଦେଶ ଵର୍ତମାନ କୋଭିଡ19 ର ଦ୍ଵିତୀୟ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । କାରଣ ଶୀତ ଆସିଲା ପରେ କୋଭିଡ ହେଉଛି ମାରାତ୍ମକ ହୋଇପାରେ । କିନ୍ତୁ ଓଡିଶାରେ କୋରୋନା ସ୍ଥିତି ଵର୍ତମାନ ନିୟନ୍ତ୍ରଣରେ ରହିଛି । ପ୍ରତ୍ୟକ ଦିନ ସଂକ୍ରମଣ କମୁଛି କିନ୍ତୁ ମୃତ୍ୟ ସଂଖ୍ୟା ଆଶା ଅନୁସାରେ କମୁନାହିଁ । ତେବେ ଶୀତ ସମୟରେ ଯେପରି ଲୋକମାନେ ସଚେତନ ରହିବେ ତାହା ଉପରେ ବେଶି ଗୁରୁତ୍ବ ଦିଆଯାଉଛି। କାରଣ କୋଭିଡର ଦ୍ଵିତୀୟ ପର୍ଯ୍ୟାୟ ବହୁତ ଭୟଙ୍କର ହେବା ନେଇ ଆଶଙ୍କା ରହିଛି । ତେବେ ସଚେତନତା ହିଁ କୋଭିଡ କୁ ଅଟକାଇ ପାରିବ ବୋଲି ସରକାରଙ୍କ କୋଭିଡ19 ବୈଷୟିକ କମିଟି ପରାମର୍ଶଦାତା ଡ. ଜୟନ୍ତ ପଣ୍ଡା କହିଛନ୍ତି ।