କଟକ:ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲା (Anubhav Varsha Marital Discord) । ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବାକୁ ଆଜି ସମୟ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହାର ଶୁଣାଣି ଆସନ୍ତା ୧୭ ତାରିଖରେ ହେବ ବୋଲି କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।
ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବାକୁ ଆଜି ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହା ସମ୍ଭବପର ହୋଇପାରି ନଥିଲା । ସାକ୍ଷ୍ୟ ଗ୍ରହଣ ପାଇଁ ତାଙ୍କ ପକ୍ଷରୁ ଦାଖଲ କେତେକ ଦସ୍ତାବିଜର କପି ଅନୁଭବଙ୍କ ପକ୍ଷଙ୍କୁ ଦିଆଯାଇନଥିଲା । ତେବେ ସେ ସବୁର ସାର୍ଟିଫାଏଡ କପି ଅନୁଭବଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସେହି ଦିନ ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ ।
ସୂଚନା ଥାଉ କି ଏହି ବିବାହ ବିଚ୍ଛେଦ ମାମଲାର ଶୁଣାଣି କରିବା ପୂର୍ବରୁ କୋର୍ଟ ଦମ୍ପତିଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ମଧ୍ୟସ୍ଥତା ଚାହୁଁନଥିବା କହି କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ସାଂସଦ ଅନୁଭବ ମହାନ୍ତି । ମଧ୍ୟସ୍ଥତା ବନ୍ଦ କରି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସତ୍ୟପାଠରେ ସେ ଉଲ୍ଲେଖ କରିଥିଲେ । ଅନ୍ୟପଟେ କୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) । କୋର୍ଟଙ୍କ ଯାହା ନିଷ୍ପତ୍ତି ଆସିବ ତାକୁ ବର୍ଷା ସ୍ବୀକାର କରିବେ ବୋଲି କହିଛନ୍ତି ।