କଟକ:ସ୍ଥାନୀୟ ଚୌଦ୍ବାର ଜେଲ ଗଲା ଗ୍ୟାଙ୍ଗଷ୍ଟାର ହାଇଦର ଓ ତା’ର ଦୁଇ ସହଯୋଗୀ । ଏହାସହିତ ହାଇଦରକୁ ସାତ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସର ଆବେଦନକୁ ମିଳିଛି କୋର୍ଟଙ୍କ ଅନୁମତି କୋର୍ଟ । ଆଜି (ଶୁକ୍ରବାର) ହାଇଦର ଓ ତା'ର ଦୁଇ ସହଯୋଗୀ ଜେଏମଏଫସି ସହରାଞ୍ଚଳ କୋର୍ଟରେ ହାଜର ହୋଇଥିଲେ । ହାଇଦରକୁ 10 ଦିନିଆ ରିମାଣ୍ଡରେ ନେବାପାଇଁ କମିଶନରେଟ ପୋଲିସ ଆବେଦନ କରିଥିଲା । ଆଜି ରାତ୍ରରେ ଜେଲରେ ରହିବ ହାଇଦର । ତେବେ ଶନିବାର ସକାଳ 7ଟାରୁ ୭ ଦିନିଆ ଅର୍ଥାତ ୨୩ ତାରିଖ ପର୍ଯ୍ୟନ୍ତ ହାଇଦରର ରିମାଣ୍ଡ ଅବଧି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ସେହିପରି ଆସନ୍ତାକାଲି(ଶନିବାର) ହାଇଦରକୁ ରିମାଣ୍ଡରେ ଆଣି ପୋଲିସ ଅନେକ ତଥ୍ୟ ସଂଗ୍ରହ କରିବ । ବଛା ବଛା ପୋଲିସ ହାଇଦର ନିକଟରୁ ତଥ୍ୟ ସଂଗ୍ରହ କରିବେ ବୋଲି ଜଣାପଡିଛି ।