ଓଡିଶା

odisha

ETV Bharat / city

CMC ରେ ଦୁର୍ନୀତି ଗନ୍ଧ, ଭିଜିଲାନ୍ସର ଦ୍ୱାରସ୍ଥ ହେଲା କଂଗ୍ରେସ - ଭିଜିଲାନ୍ସର ଦ୍ବାରସ୍ଥ ହେଲା କଂଗ୍ରେସ

କଟକ ମହାନଗର ନିଗମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଭିଜିଲାନ୍ସ ନିର୍ଦେଶକଙ୍କୁ ଭେଟିଲା କଂଗ୍ରେସ । କଟକ ସହରର ସଫେଇ କାମ ରାମକୀ କୁ ଦିଆଯାଇ କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଇଥିବା ବେଳେ ଏବେ ମଧ୍ୟ ସମାନ ଢଙ୍ଗରେ ବିବିଜି କମ୍ପାନୀକୁ ବିନା ଟେଣ୍ଡରରେ ସହରର ସଫେଇ କାମ ଦିଆଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ଅଧିକ ପଢନ୍ତୁ

CMC ରେ ଦୁର୍ନୀତି ଗନ୍ଧ, ଭିଜିଲାନ୍ସର ଦ୍ବାରସ୍ଥ ହେଲା କଂଗ୍ରେସ
CMC ରେ ଦୁର୍ନୀତି ଗନ୍ଧ, ଭିଜିଲାନ୍ସର ଦ୍ବାରସ୍ଥ ହେଲା କଂଗ୍ରେସ

By

Published : Jun 1, 2022, 9:53 PM IST

କଟକ: କଟକ ମହାନଗର ନିଗମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଭିଜିଲାନ୍ସ ନିର୍ଦେଶକଙ୍କୁ ଭେଟିଲା କଂଗ୍ରେସ । କଟକ ସହରର ସଫେଇ କାମ ରାମକୀ କୁ ଦିଆଯାଇ କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଇଥିବା ବେଳେ ଏବେ ମଧ୍ୟ ସମାନ ଢଙ୍ଗରେ ବିବିଜି କମ୍ପାନୀକୁ ବିନା ଟେଣ୍ଡରରେ ସହରର ସଫେଇ କାମ ଦିଆଯାଇଥିବା ଅଭିଯୋଗ କରିଛି କଂଗ୍ରେସ।

CMC ରେ ଦୁର୍ନୀତି ଗନ୍ଧ, ଭିଜିଲାନ୍ସର ଦ୍ବାରସ୍ଥ ହେଲା କଂଗ୍ରେସ

କଂଗ୍ରେସ ଅଭିଯୋଗ କରିଛି କମ୍ପାନୀ ସହ ମଧୁଚନ୍ଦ୍ରିକା କରି ସିଏମସି ର ଅଧିକାରୀମାନେ କମ୍ପାନୀ କୁ ଅନୁକମ୍ପା ଦେଖାଉଛନ୍ତି । ଏହା ସହ କୋଟି କୋଟି ଟଙ୍କା ଚଳୁ କରୁଛନ୍ତି। ଗତ ସିଏମସି କାଉନସିଲ ବୈଠକରେ କଂଗ୍ରେସର ସମସ୍ତ କର୍ପୋରେଟରମାନେ ବିନା ଟେଣ୍ଡର ରେ ସେହି କମ୍ପାନୀ ସହରର ସଫେଇ କାମ ଦେବାକୁ ଜୋରଦାର ବିରୋଧ କରିଥିଲେ। ସହରର ସଫେଇ ବାବଦରେ ସିଏମସି ରେ ୧୦୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛନ୍ତି ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ। କରୋନା ସମୟ ପୁରା ଦେଶ ଠପ ହୋଇ ଯାଇଥିବା ବେଳେ କଟକ ସହରରେ ଏହି କମ୍ପାନୀ ବିନା କୌଣସି ଟେଣ୍ଡରରେ ସଫେଇ କାମ କରିଥିଲା । ଆଉ ତାହାରି ମାଧ୍ୟମ ରେ କୋଟି କୋଟି ଟଙ୍କା ହେରଫେର ହୋଇଥିବାର ଅଭିଯୋଗ ଆଣିଛି କଂଗ୍ରେସ।

ଏହି ଦୁର୍ନୀତିକୁ ନେଇ ଏକ ଦାବି ପତ୍ର ମଧ୍ୟ କଂଗ୍ରେସ ପ୍ରତିନିଧି ମଣ୍ଡଳ ପକ୍ଷରୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଦିଆଯାଇଛି। ଯଦି ଏହି ଦାବି ବାବଦରେରେ ଭିଜିଲାନ୍ସ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଛନ୍ତି। ଆଉ ଯଦି ଏହି ଦାବି ବାବଦରେ ଭିଜିଲାନ୍ସ ପକ୍ଷରୁ ଯଦି କୌଣସି ପଦକ୍ଷେପ ଗ୍ରହଣ କରା ନଯାଏ ତାହା ହେଲେ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ କଟକ ରେ ଆନ୍ଦୋଳନ କୁ ବ୍ୟାପକ କରିବ କଂଗ୍ରେସ। ହେଲେ କଟକ ମହାନଗର ନିଗମରେ ହେଉଥିବା କୌଣସି ଦୁର୍ନୀତିକୁ ବରାଦସ୍ତ କରାଯିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ।

ଇଟିଭି ଭାରତ, କଟକ

ABOUT THE AUTHOR

...view details