କଟକ: କୋରୋନା ସତର୍କତାକୁ ଦୃଷ୍ଟିରେ ରଖି ଆଜିଠାରୁ ଓଡିଶା ହାଇକୋର୍ଟର ନ୍ୟାୟିକ କାମକୁ 31 ମାର୍ଚ୍ଚ ଯାଏ ବନ୍ଦ କରି ଦିଆଯାଇଛି । ହାଇକୋର୍ଟ ଫୁଲ ବେଞ୍ଚ ବସି ଏହି ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଆସନ୍ତା ମାର୍ଚ୍ଚ 31 ଯାଏ କେବଳ ଅତି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହେବ ବୋଲି କୁହାଯାଇଛି।
କୋରୋନା ସତର୍କତା: ହାଇକୋର୍ଟର ନ୍ୟାୟିକ କାମ 31 ମାର୍ଚ୍ଚ ଯାଏ ବନ୍ଦ ଏହାସହ ମାର୍ଚ୍ଚ 31 ପର୍ଯ୍ୟନ୍ତ କୌଣସି ମାମଲାର ତାଲିକାଭୁକ୍ତ ହେବ ନାହିଁ। ଅତି ଗୁରୁତ୍ବପୂର୍ଣ୍ଣ ମାମଲା ଥିଲେ ବିଚାରବିଭାଗୀୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ। ହ୍ବାଟସ୍ଆପ ଓ ଭିଡିଓ କଲ ଜରିଆରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଏହା ଜଣାଯିବ। ଏହାଛଡା କୋର୍ଟ ପରିସରରେ 24 ଘଣ୍ଟା ଆମ୍ବୁଲାନସ ଓ ଡାକ୍ତରୀ ଟିମ ଉପସ୍ଥିତ ରହିବେ ବୋଲି କୋର୍ଟ ନିଷ୍ପତ୍ତି ନେଇଛନ୍ତି ।
କୋରୋନା ସତର୍କତା: ହାଇକୋର୍ଟର ନ୍ୟାୟିକ କାମ 31 ମାର୍ଚ୍ଚ ଯାଏ ବନ୍ଦ ସେହିପରି ରୋଟେସନ ଭିତ୍ତିରେ ଅଧିକାରୀ ଓ କର୍ମଚାରୀ କୋର୍ଟ କାମରେ ନିୟୋଜିତ ହେବେ । ରାଜ୍ୟର ସମସ୍ତ କୋର୍ଟରେ ଏହି ନିୟମ ଲାଗୁ କରାଯିବ । ଲକ୍ଡାଉନ୍ ହୋଇଥିବା ସ୍ଥାନଗୁଡିକରେ ଅପରାହ୍ନ 12 ଟାରୁ 1 ଟା ପର୍ଯ୍ୟନ୍ତ କେବଳ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରାଯିବ। ସେହିପରି ଅନ୍ୟ ସ୍ଥାନଗୁଡିକରେ 11 ଟାରୁ 1 ଟା ପର୍ଯ୍ୟନ୍ତ କେବଳ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରାଯିବ। ଏନେଇ ରାଜ୍ୟର ସମସ୍ତ ବାରର ଆଇନଜୀବୀଙ୍କୁ ସହଯୋଗ କରିବାକୁ ହାଇକୋର୍ଟଙ୍କ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କୋରୋନା ସତର୍କତା: ହାଇକୋର୍ଟର ନ୍ୟାୟିକ କାମ 31 ମାର୍ଚ୍ଚ ଯାଏ ବନ୍ଦ କଟକରୁ ନାରାୟଣ ସାହୁ, ଇଟିଭି ଭାରତ