SCBରେ ଚିକିତ୍ସିତ ତୃତୀୟ କୋରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ନେଗେଟିଭ - କୋରୋନା ସନ୍ଦିଗ୍ଧଙ୍କ ରକ୍ତନମୁନା ନେଗେଟିଭ
15:45 February 08
SCBରେ ଚିକିତ୍ସିତ ତୃତୀୟ କୋରୋନା ସନ୍ଦିଗ୍ଧଙ୍କ ରକ୍ତନମୁନା ନେଗେଟିଭ। ଗତ 4 ତାରିଖରେ ବ୍ୟକ୍ତି ଜଣକ କୋରୋନା ସନ୍ଦେହରେ ଏସିସିବିକୁ ଚିକିତ୍ସା ପାଇଁ ଆସିଥିଲେ। ଅଧିକ ଖବର ପଢନ୍ତୁ...
କଟକ: ଏସସିବିରେ ଚିକିତ୍ସିତ ତୃତୀୟ କୋରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ନେଗେଟିଭ ବାହାରିଛି । ଗତ 4 ତାରିଖରେ ବ୍ୟକ୍ତି ଜଣକ କୋରୋନା ସନ୍ଦେହରେ ଏସିସିବି ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କ ରକ୍ତ ନମୁନା ପୁଣେ ପରୀକ୍ଷା ପାଇଁ ପଠାଯାଇଥିଲା ।
ସୂଚନା ଅନୁସାରେ, ଚୀନର ହଂକଂରେ କାର୍ଯ୍ୟରତ ଏହି ବ୍ୟକ୍ତି ଜଣକ ରକ୍ତ ନମୁନା ଟେଷ୍ଟ ପରେ ନେଗେଟିଭ ଆସିଛି । ବର୍ତ୍ତମାନ ସମୟରେ ଚୀନ ଫେରନ୍ତା ସମସ୍ତ ବ୍ୟକ୍ତିଙ୍କୁ କୋରୋନା ଭୟ ଘାରିଛି । ଏନେଇ ବ୍ୟକ୍ତି ଜଣଙ୍କୁ ଥଣ୍ଡା କାଶ ହେବାରୁ ସେ ଏସିସିବିକୁ ଚିକିତ୍ସା ପାଇଁ ଆସିଥିଲେ । ଚଳିତ ବର୍ଷ ଏସସିବିକୁ 3 ଜଣ କୋରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଆସିଛନ୍ତି । ସେଥିମଧ୍ୟରୁ ସମସ୍ତଙ୍କ ରକ୍ତ ନମୁନା ନେଗେଟିଭ ବାହାରିଛି । ଖୁବଶୀଘ୍ର ଚିକିତ୍ସିତ ଏହି ବ୍ୟକ୍ତିଙ୍କୁ ଡିସଚାର୍ଜ କରାଯିବ ବୋଲି ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ