ଓଡିଶା

odisha

ETV Bharat / city

ଶନିବାର ସିଏମସିରେ ୬୪ କୋରୋନା ପଜିଟିଭ ଚିହ୍ନଟ - ସିଏମସି କୋରୋନା ପଜିଟିଭ

୧୫ ଜଣ ହୋମକ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

ଶନିବାର ସିଏମସିରେ ୬୪ କୋରୋନା ପଜିଟିଭ ଚିହ୍ନଟ
ଶନିବାର ସିଏମସିରେ ୬୪ କୋରୋନା ପଜିଟିଭ ଚିହ୍ନଟ

By

Published : Oct 31, 2020, 11:00 PM IST

କଟକ: କଟକ ମହାନଗର ନିଗମରେ ଆଜି ୬୪ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ୧୫ ଜଣ ହୋମକ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ୩୧ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୪ ହଜାର ୮୩୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୩ ହଜାର ୯୫୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୬୮ ଜଣଙ୍କର ମୃତୁ ଘଟିଛି । ସେହିପରି ୮୧୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details