ଓଡିଶା

odisha

ETV Bharat / city

କଟକରେ କୋରୋନା ଅପଡେଟ, 20 ଆକ୍ରାନ୍ତ ଚିହ୍ନଟ

କଟକ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ କୋରୋନା ସଂକ୍ରମଣ ମାମଲା ରହିଛି । ତଥାପି ନିୟନ୍ତ୍ରଣରେ ରହିଛି ସ୍ଥିତି । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ..

କଟକରେ କୋରୋନା କଟକଣା , ଆଜି 20 ଆକ୍ରାନ୍ତ ଚିହ୍ନଟ
କଟକରେ କୋରୋନା କଟକଣା , ଆଜି 20 ଆକ୍ରାନ୍ତ ଚିହ୍ନଟ

By

Published : Apr 3, 2021, 9:17 PM IST

Updated : Apr 3, 2021, 9:54 PM IST

କଟକ: ଶନିବାର କଟକରେ 20 ନୂଆ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ସେପଟେ 13 ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । କୋରୋନା ସଂକ୍ରମଣ ସଂଖ୍ୟା ଏବେ ବୃଦ୍ଧି ପାଉଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କଟକ ପ୍ରଶାସନ ।

କଟକରେ କୋରୋନା ଅପଡେଟ, 20 ଆକ୍ରାନ୍ତ ଚିହ୍ନଟ

କଟକରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ସଂକ୍ରମଣ ମାମଲା ଦେଖାଯାଇଛି । ତେବେ ଗ୍ରାମାଞ୍ଚଳରେ କୋରୋନା ପ୍ରକୋପ କମ ରହିଛି । ଲୋକମାନଙ୍କୁ ସଚେତନ ରହିବା ପାଇଁ ବାରମ୍ବାର ସଚେତନ କରାଯାଉଛି ।

ସେହିପରି ସଂକ୍ରମଣକୁ ଦୃଷ୍ଟିରେ ରଖି କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । କଟକ ବଡ଼ମେଡିକାଲରେ ବେଡ଼ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ତେବେ କଟକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋରୋନା ନିୟନ୍ତ୍ରଣରେ ରହିଛି ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 3, 2021, 9:54 PM IST

ABOUT THE AUTHOR

...view details