ଓଡିଶା

odisha

ETV Bharat / city

କଟକରେ ଉପରମୁହାଁ କୋରୋନା ଗ୍ରାଫ, ନିୟମ ଉଲଙ୍ଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଧୀରେ ଧୀରେ କଟକରେ କୋରୋନା ଗ୍ରାଫ୍ ଉପର ମୁହାଁ ହେଉଛି । ଗତ ତିନି ଦିନରେ ସହରରୁ ମୋଟ 41 ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହେଲେଣି । ବୁଧବାର 12, ଗୁରୁବାର 13 ଏବଂ ଶୁକ୍ରବାର17 ଜଣ ନୂଆ ଆକ୍ରାନ୍ତ ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ଗୋଟିଏ କ୍ଲଷ୍ଟରରୁ ଚିହ୍ନଟ ହେବା ଘଟଣା ସିଏମସିର ଚିନ୍ତା ବଢାଇଛି । ଅଧିକ ପଢନ୍ତୁ...

By

Published : Mar 20, 2021, 7:28 PM IST

କଟକରେ ଉପର ମୁହାଁ କୋରୋନା ଗ୍ରାଫ
କଟକରେ ଉପର ମୁହାଁ କୋରୋନା ଗ୍ରାଫ

କଟକ: ଧୀରେ ଧୀରେ କଟକରେ କୋରୋନା ଗ୍ରାଫ ଉପର ମୁହାଁ ହେଉଛି । ଗତ ତିନି ଦିନରେ ସହରରୁ ମୋଟ 41 ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହେଲେଣି । ବୁଧବାର 12, ଗୁରୁବାର 13 ଏବଂ ଶୁକ୍ରବାର17 ଜଣ ନୂଆ ଆକ୍ରାନ୍ତ ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ଗୋଟିଏ କ୍ଲଷ୍ଟରରୁ ଚିହ୍ନଟ ହେବା ଘଟଣା ସିଏମସିର ଚିନ୍ତା ବଢାଇଛି ।

କଟକରେ ଉପର ମୁହାଁ କୋରୋନା ଗ୍ରାଫ

ବୁଧ ଓ ଗୁରୁବାର ଅରୁଣଦେଓ ନଗର ଥିବା ଏକ ଘରୋଇ ବିଜ୍ଞାନ କଲେଜରୁ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ରାତିରେ ମଧୁପାଟଣା ଅଞ୍ଚଳରେ ଥିବା ଏକ ଆଶ୍ରମ ସ୍କୁଲରେ 17 ଜଣ କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବଂ ସମସ୍ତ ଆକ୍ରାନ୍ତ ସେଠାକାର ଅନ୍ତେବାସୀ ବୋଲି ଜଣା ପଡ଼ିଛି ।

ଏହାପରେ ସେହି ଆଶ୍ରମ ସ୍କୁଲକୁ ସିଏମସି ଆସନ୍ତା ଏପ୍ରିଲ ମାସ 6 ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ନିଷ୍ପତି ନେଇଥିବା ବେଳେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ଏହା ସହିତ ସେଠାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ସିଏମସି ।

କୋଭିଡର କେଉଁ ଷ୍ଟ୍ରେନ୍ ସେଠାରେ ସଂକ୍ରମଣ ବୃଦ୍ଧି ଘଟାଇଛି ତାହା ଜାଣିବା ପାଇଁ 7 ଆକ୍ରାନ୍ତଙ୍କ ସ୍ବାବକୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । 7ଟି ମଧ୍ୟରୁ 4ଟି ନମୂନାକୁ ଆର.ଏମ.ଆର.ସି ଏବଂ 3ଟି ଆଇ.ଏଲ.ଏସକୁ ପଠାଯିବ । ଏହାବ୍ୟତୀତ ଶୁକ୍ରବାର ଦିନ ମୋଟ 11 ଶହ ଲୋକଙ୍କର ସ୍ବାବ ସଂଗ୍ରହ ହୋଇଛି । ଏବଂ ସେଗୁଡ଼ିକର ରିପୋର୍ଟ ରବିବାର ସୁଦ୍ଧା ଆସିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

ଗତ ମାସରେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟରେ ଯୋଗ ଦେବାକୁ ପୁଡୁଚେରୀରୁ କିଛି ଲୋକ ଆସିଥିଲେ । ଏବଂ ସେମାନଙ୍କ ଠାରୁ ହିଁ ଏହି ସଂକ୍ରମଣ ବ୍ୟାପିଥିବା ଆମେ ଆଶଙ୍କା କରୁଛୁ । କିନ୍ତୁ ଯେହେତୁ ଗୋଟିଏ କ୍ୟାମ୍ପସ୍‌ରୁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତେଣୁ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବା ଆଶଙ୍କା ନଥିବା ଜଣାପଡିଛି।

ସେହିପରି କଟକରେ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳୁଛି । ସିଏମସି ପକ୍ଷରୁ ମିଳିଥିବା ସୁଚନା ମୁତାବକ ଶନିବାର ଚିହ୍ନଟ ହୋଇଥିବା ନୁଆ 21 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କଟକର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳର ଜଣେ ଛାତ୍ର ମଧ୍ୟ ରହିଛନ୍ତି ।

ସହରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସହରରେ ପୁଣି ଥରେ କୋଭିଡ ନିୟମକୁ କଡ଼ାକଡ଼ି ଯାଞ୍ଚ ଆରମ୍ଭ କରିବ ପୋଲିସ । ପ୍ରଥମେ ସଚେତନତା ଏବଂ ପରେ ଖିଲାପିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଟକରେ ଏବେ କିଛି ଦିନ ହେଲା କୋଭଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ତାକୁ ଦେଖି ପୁଣି ଥରେ କୋଭିଡ ଗାଇଡ ଲାଇନ ପାଳନ ଉପରେ ନଜର ରଖାଯିବ । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି । ପ୍ରଥମେ ଲୋକଙ୍କୁ ସଚେତନ କରାଯିବ ଏବଂ ତାପରେ ଖିଲାପିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" କହିଛନ୍ତି କଟକ ଡିସିପି ପ୍ରତିକ ସିଂ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details