କଟକ: SCBରୁ ଚମ୍ପଟ ମାରିଲେ କୋରୋନା ସନ୍ଦିଗ୍ଧ । ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ SCBରୁ ଚମ୍ପଟ ମାରିଛନ୍ତି କୋରୋନା ସନ୍ଦିଗ୍ଧ । ରୋଗୀ ଜଣଙ୍କ ଆୟର୍ଲାଣ୍ଡର ବୋଲି ଜଣାପଡିଛି ।
SCBରୁ ଚମ୍ପଟ କୋରୋନା ସନ୍ଦିଗ୍ଧ - SCB
SCBରୁ ଚମ୍ପଟ ମାରିଲେ କୋରୋନା ସନ୍ଦିଗ୍ଧ
08:52 March 06
SCBରୁ ଚମ୍ପଟ ମାରିଲେ କୋରୋନା ସନ୍ଦିଗ୍ଧ
ସୂଚନା ଅନୁଯାୟୀ, ଗତ ଗୁରୁବାର ଏୟାରପୋର୍ଟରୁ ଚିହ୍ନଟ ହେବାପରେ ସନ୍ଦିଗ୍ଧ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସନ୍ଦିଗ୍ଧ ଜଣଙ୍କୁ କଟକ SCBକୁ ସ୍ଥାନାନ୍ତରିତ କରିଥିଲେ ।
ତେବେ ଶୁକ୍ରବାର ସନ୍ଦିଗ୍ଧ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ ଚମ୍ପଟ ମାରିଛନ୍ତି । ଏନେଇ ଏସସିବି କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ଏତଲା ଦେବାପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Mar 6, 2020, 9:44 AM IST