କଟକ: କୋରୋନା କାୟାରେ ଏବେ ଶିଶୁ । ରାଜ୍ୟରେ ଏବେ ଏକାଧିକ ଶିଶୁ କୋରୋନାର ପଞ୍ଝା ମଧ୍ୟକୁ ଆସିଛନ୍ତି । ଯାହାକୁ ନେଇ ଚିନ୍ତା ମଧ୍ୟ ବଢୁଛି । ଇତିମଧ୍ୟରେ କଟକ ଏସସିବିରେ ଆଉ ଜଣେ ଶିଶୁ କୋରୋନା ସନ୍ଦିଗ୍ଦ ଥିବା ଜଣାପଡିଛି ।
ଶିଶୁଟିର ସ୍ବାବ ପରୀକ୍ଷା ପାଇଁ ପଠାଯାଇଛି । ସ୍ବାବ ରିପୋର୍ଟ ଆସିବା ପରେ ଆରମ୍ଭ ହେବ ସମସ୍ତ ଚିକିତ୍ସା ବୋଲି ମେଡିକାଲ ପକ୍ଷରୁ ସ୍ପଷ୍ଟ ହୋଇଛି । ଏହାଛଡା ଶିଶୁଭବନରେ ଖୋଲାଯାଇଛି ଏକ ସ୍ଵତନ୍ତ୍ର ଫିଭର କ୍ଲିନିକ । ଯେଉଁଥିରେ କୌଣସି ଶିଶୁ ଯଦି ଜ୍ଵର, କାଶ, ଥଣ୍ଡା ଛିଙ୍କ ଆଦି ସମସ୍ୟା ରହିଥିବ ସେଠାରେ ତାହାର ଉପଚାର କରାଯାଉଛି ।