କଟକ :କାୟା ବିସ୍ତାର କରୁଛି ମହାମାରୀ । ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମ ଲହର ଠାରୁ ଦ୍ବୀତିୟ ଲହର ଅଧିକ ଭୟଙ୍କର ହେଉଛି । ଦିନକୁ ରାଜ୍ୟରେ ହଜାରେ ଟପୁଛି ସଂକ୍ରମିତଙ୍କ ସଂଖ୍ୟା । ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । କୋରୋନାକୁ ପ୍ରତିହତ କରିବା ପାଇଁ ବସୁଛି ଘନ ଘନ ବୈଠକ । କେନ୍ଦ୍ରାଞ୍ଚଳ ଆରଡିସି ଉଚ୍ଚସ୍ତରୀୟ ବୈଠକ ଡାକି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । କୋରୋନା ଯୁଦ୍ଧ ପାଇଁ ଏସସିବିରେ 250 ବେଡ ଓ 23ଟି ବେଡ ଆଇସିୟୁରେ ବ୍ୟବସ୍ଥା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଲେ ବେଡ ସଂଖ୍ୟା ୫୦୦ ଓ ଆଇସିୟୁରେ ବେଡ ସଂଖ୍ୟା ୬୩କୁ ବୃଦ୍ଧି କରାଯିବ ।
କୋରୋନାର ଦ୍ବିତୀୟ ଲହର, ମୁକାବିଲା ପାଇଁ ପ୍ରସ୍ତୁତ SCB - scb medical
କାୟା ବିସ୍ତାର କରୁଛି ମହାମାରୀ । ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି । ଏସସିବିରେ 250 ବେଡ ଓ 23ଟି ବେଡ ଆଇସିୟୁରେ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...
ସେପଟେ,ସଂକ୍ରମଣ ରୋକିବାକୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ କଡା ନଜର ରଖାଯାଇଛି । ଏହାସହ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ସେପଟେ, କୋରୋନା ଯୁଦ୍ଧ ପାଇଁ ପ୍ରସ୍ତୁତ ଘରୋଇ ହସ୍ପିଟାଲ । ସଂକ୍ରମିତଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ୩୦ ପ୍ରତିଶତ ବେଡ ଓ ଆଇସିୟୁର ହୋଇଛି ବ୍ୟବସ୍ଥା । ଡାକ୍ତର ଓ ନର୍ସ ମଧ୍ୟ ଏଥିପାଇଁ ସଜାଗ ରହିବା ସହ କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ବୋଲି କହିଛନ୍ତି ଘରୋଇ ମେଡିକାଲ କର୍ତ୍ତୃପକ୍ଷ । ଚିକିତ୍ସା ପାଇଁ ପ୍ରତ୍ୟେକ ରୋଗୀଙ୍କ ପିଛା ୭ ରୁ ୮ ହଜାର ଟଙ୍କା ନିଆଯିବ । ତେବେ ପୂର୍ବ ଅଭିଜ୍ଞତା, ଦ୍ୱିତୀୟ ଲହର ମୁକାବିଲା ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି ଘରୋଇ ହସ୍ପିଟାଲ ସମ୍ପାଦକ । ଲୋକମାନେ ଯଦି କୋଭିଡ ନିୟମ ଉଲଙ୍ଘନ କରି ଅସାବଧାନତା ଅବଲମ୍ବନ କରନ୍ତି । ଆଗକୁ ପରିସ୍ଥିତି ସାଂଘାତିକ ହେବ । ତେବେ ନିୟମିତ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖିଲେ ମହାମାରୀ କୋରୋନା କବଳରୁ ମୁକୁଳିପାରିବା ନିଶ୍ଚେ ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ