କଟକ: କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଜାରି ହୋଇଛି ଅନେକ କଟକଣା । ହେଲେ କିଛି ଅମାନିଆ ଏହି କଟକଣା ନିୟମ ଉଲଙ୍ଘନ କରିଚାଲିଥିବା ଦେଖାଯାଉଛି । ଏନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ 6781ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି । ଗତ ମାର୍ଚ୍ଚ 24 ତାରିଖରୁ ଆଜି ଯାଏଁ ଏସବୁ ମାମଲା ରୁଜୁ ହୋଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତାଲାବନ୍ଦ ନିୟମ ଉଲଙ୍ଘନ: ସାରା ରାଜ୍ୟରେ 6781 ମାମଲା ରୁଜୁ - ପୋଲିସ ମୁଖ୍ୟାଳୟ
କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଜାରି ହୋଇଛି ଅନେକ କଟକଣା । ହେଲେ କିଛି ଅମାନିଆ ଏହି କଟକଣା ନିୟମ ଉଲଙ୍ଘନ କରିଚାଲିଥିବା ଦେଖାଯାଉଛି । ଏନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ 6781ଟି ମାମଲା ରୁଜୁ ହୋଇଥିବା ଜଣା ପଡିଛି ।
![ତାଲାବନ୍ଦ ନିୟମ ଉଲଙ୍ଘନ: ସାରା ରାଜ୍ୟରେ 6781 ମାମଲା ରୁଜୁ cuttack latest news, corona rule violation, criminal offence in odisha, police headquarter, corona rule violation in odisha, କଟକ ଲାଟେଷ୍ଟ ନ୍ୟୁଜ୍, କୋରୋନା ନିୟମ ଉଲଙ୍ଘନ, ରାଜ୍ୟରେ ଅପରାଧିକ ମାମଲା, ପୋଲିସ ମୁଖ୍ୟାଳୟ, ରାଜ୍ୟରେ କୋରୋନା କଟକଣା ଅବମାନନା](https://etvbharatimages.akamaized.net/etvbharat/prod-images/768-512-7935350-1070-7935350-1594142779639.jpg)
ତାଲାବନ୍ଦ ନିୟମ ଉଲଙ୍ଘନ: ସାରା ରାଜ୍ୟରେ 6781 ମାମଲା ରୁଜୁ
ସୋମବାର ସକାଳୁ ମଙ୍ଗଳବାର ସକାଳ ଭିତରେ ରାଜ୍ୟର ବିଭିନ୍ନ ଥାନାରେ 9ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ 6ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ରୁଜୁ ହୋଇଥିବା ଜଣା ପଡିଛି । ସେଥିରୁ 2ଟି ମାମଲା ହୋମ କ୍ବାରେଣ୍ଟାଇନ ନିୟମ ଉଲଙ୍ଘନର ହୋଇଥିବା ମଧ୍ୟ ସାମ୍ନାକୁ ଆସିଛି । ଏନେଇ ସୂଚନା ଦେଇଛି ପୋଲିସ ମୁଖ୍ୟାଳୟ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ