କଟକ: ମହାମାରୀ କୋରୋନା ଭାଇରସକୁ ନେଇ ଭୟବିତ ବିଶ୍ବ । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରାୟ 80ରୁ ଅଧିକ ଲୋକ ଭାରତରେ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ 2 ଜଣଙ୍କର ମୃତ୍ୟ ହୋଇଛି ।
ତେବେ ଏହାକୁ ନେଇ ଚିନ୍ତାରେ ଓଡିଶା । ଏନେଇ ଗତକାଲି ସମସ୍ତ ସ୍କୁଲ କଲେଜ, ସଭା ସମିତି ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନ୍ୟପଟେ ଏସସିବିରେ ଚିକିତ୍ସା ହେଉଥିବା ସମସ୍ତ 9 କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେବେ ବର୍ତ୍ତମାନ ସୁଧା ଏସସିବି ଆହୁରି ପ୍ରସ୍ତୁତ ହେଉଛି ।