ଓଡିଶା

odisha

By

Published : May 29, 2021, 9:05 PM IST

ETV Bharat / city

ଏସସିବି କୋଭିଡ ଓ୍ବାର୍ଡରୁ ରୋଗୀ ଚମ୍ପଟ, ଥାନାରେ ମାମଲା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ଅନନ୍ତ ଚରଣ ସାହୁ ୨୮ ତାରିଖ ଦିନ ପ୍ରାୟ ୧୨ଟା ବେଳେ ହଠାତ୍ କୋଭିଡ ୱାର୍ଡରୁ ଫେରାର ହୋଇଯାଇଛନ୍ତି । ଅଧିକ ପଢନ୍ତୁ...

ଏସସିବି କୋଭିଡ ଓ୍ବାର୍ଡରୁ କୋରୋନା ରୋଗୀ ଚମ୍ପଟ
ଏସସିବି କୋଭିଡ ଓ୍ବାର୍ଡରୁ କୋରୋନା ରୋଗୀ ଚମ୍ପଟ

କଟକ: ଏସିସିବି କୋଭିଡ ୱାର୍ଡରୁ ଚମ୍ପଟ ମାରିଲା ରୋଗୀ । କାହିଁକି ଘଟିଲା ଏପରି ଘଟଣା ତାକୁ ନେଇ ଏବେ ହଟଚମଟ। ପୁଅ ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଦେଲେ ଏତଲା ।

ଏସସିବି କୋଭିଡ ଓ୍ବାର୍ଡରୁ କୋରୋନା ରୋଗୀ ଚମ୍ପଟ

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ଅନନ୍ତ ଚରଣ ସାହୁ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ ପରିବାର ଲୋକେ ବଡ଼ ମେଡିକାଲ ଆଣିଥିଲେ।

ଏସସିବି କୋଭିଡ ଓ୍ବାର୍ଡରୁ କୋରୋନା ରୋଗୀ ଚମ୍ପଟ

୨୦ ତାରିଖରେ ସେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ ଆଇସୋଲେସନରେ ଥିଲେ । ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ୨୫ ତାରିଖରେ କଟକ ବଡ଼ ମେଡିକାଲର କୋଭିଡ୍ ଓ୍ବାର୍ଡରେ ଭର୍ତ୍ତି କରି ପରିବାର ଲୋକେ ଘରକୁ ଫେରିଯାଇଥିଲେ।

୨୮ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଅନନ୍ତ ହଠାତ୍ କୋଭିଡ ୱାର୍ଡରୁ ଫେରାର ହୋଇଯାଇଥିଲେ । ଏନେଇ ପରିବାର ଲୋକଙ୍କୁ ମେଡିକାଲ୍ କର୍ତ୍ତୃପକ୍ଷ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ତାଙ୍କ ପୁଅ ଦିପକ କୁମାର ସାହୁ ମେଡିକାଲରେ ପହଞ୍ଚି ମେଡିକାଲ୍ ପରିସରରେ ଖୋଜାଖୋଜି କରିଥିଲେ।

ଆଖପାଖ ଅଞ୍ଚଳରେ ବି ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିଲା। ଏସଂକ୍ରାନ୍ତରେ ଅନନ୍ତଙ୍କ ପୁଅ ଦିପକ ମଙ୍ଗଳାବାଗ ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

cuttack news

ABOUT THE AUTHOR

...view details