ଓଡିଶା

odisha

ETV Bharat / city

‘ରାଜ୍ୟରେ କୋରୋନା ଦ୍ୱିତୀୟ ଲହରୀ ଆସିବାର ସମ୍ଭାବନା ନାହିଁ ’

ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରୀ ଆସିବାର ସମ୍ଭାବନା ନାହିଁ। ଏହି ମାସ ଶେଷ ସୁଧା ମିଳିବ କୋରୋନା ଟୀକା । ସୂଚନା ଦେଲେ କୋଭିଡ ବୈଷୟିକ କମିଟିର ମୁଖ୍ୟ ପରାମର୍ଶଦାତା । ଅଧିକ ପଢନ୍ତୁ...

Corona is unlikely to have a second wave in the state
‘ରାଜ୍ୟରେ କୋରୋନା ଦ୍ୱିତୀୟ ଲହରୀ ଆସିବାର ସମ୍ଭାବନା ନାହିଁ ’

By

Published : Dec 5, 2020, 8:05 PM IST

କଟକ: ଏସସିବି ମେଡ଼ିକାଲର ୱେବସାଇଟ ଉଦଘାଟିତ ହୋଇ ଯାଇଛି । ଏସସିବିର ନିଜସ୍ବ ୱେବସାଇଟ ସହିତ ଏହାର ପୁରାତନ ଛାତ୍ରମାନଙ୍କ ପାଇଁ ଆଉ ଏକ ୱେବସାଇଟକୁ ଭିସି ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟ କୋଭିଡ଼ ସ୍ଥିତିକୁ ନେଇ ଏକ ଗୁରୁତ୍ବପୁର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ବୈଷୟିକ କମିଟିର ମୁଖ୍ୟ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ।

‘ରାଜ୍ୟରେ କୋରୋନା ଦ୍ୱିତୀୟ ଲହରୀ ଆସିବାର ସମ୍ଭାବନା ନାହିଁ ’

ରାଜ୍ୟରେ ଆଉ କୋରୋନାର ଦ୍ବିତୀୟ ଲହରୀ ଆଶଙ୍କା ଟଳିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଏହାସହିତ ଚଳିତ ମାସ ସୁଦ୍ଧା ରାଜ୍ୟରେ କୋଭିଡ ଟୀକା ପ୍ରଦାନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । କିନ୍ତୁ ପୂର୍ବ ଭଳି କୋଭିଡକୁ ନେଇ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡାକ୍ତର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details