ଓଡିଶା

odisha

ETV Bharat / city

କ୍ଷତି ସହୁଛନ୍ତି କ୍ଷୁଦ୍ର ବ୍ୟବସାୟୀ, କେବେ ମିଳିବ ସରକାରୀ ସହାୟତା... - ଉଠା ବ୍ୟବସାୟ

ବସ ଚାଲୁଥିଲା । ଲୋକମାନେ ଚଳପ୍ରଚଳ କରୁଥିଲେ । ସହରରେ ଭିଡ ଜମୁଥିଲା । ଆଉ ବ୍ୟବସାୟ ବି ଜମୁଥିଲା । ଉପକୃତ ହେଉଥିଲେ ଉଠା ଦୋକାନୀ । ଦିନେ ଦିନେ 2 ହଜାର ଟଙ୍କା ଲାଭ ହେଉଥିଲା । ହସଖୁସିରେ ଚଳୁଥିଲା ପରିବାର । ମାତ୍ର କୋରୋନା ସେସବୁକୁ ସତେ ଯେପରି ଛଡାଇ ନେଇଛି । ଲକ ଡାଉନରେ ଲକ ହୋଇଯାଇଛି ଉଠା ଦୋକାନୀଙ୍କ ଭାଗ୍ୟ । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

corona impact on street venders
କୋରୋନା ମାଡରେ ପ୍ରଭାବିତ ଉଠା ବ୍ୟବସାୟ

By

Published : Jun 4, 2020, 8:35 AM IST

Updated : Jun 4, 2020, 9:31 AM IST

କଟକ: କୋରୋନା ମାଡରେ ଧରାଶାୟୀ ହୋଇପଡିଛି ରାଜ୍ୟର କ୍ଷୁଦ୍ର ତଥା ଉଠା ବ୍ୟବସାୟ । ଲକଡାଉନ ଯୋଗୁଁ ପାଖାପାଖି ଦୁଇ ମାସରୁ ଅଧିକ ଦିନ ହେବ ବେପାର ନାହିଁ । ଫଳରେ ଏହା ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ରାଜ୍ୟର ଲକ୍ଷ ଲକ୍ଷ ବ୍ୟବସାୟୀ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ।

କ୍ଷତି ସହୁଛନ୍ତି କ୍ଷୁଦ୍ର ବ୍ୟବସାୟୀ, କେବେ ମିଳିବ ସରକାରୀ ସହାୟତା...

ଦିନକୁ ହଜାର ହଜାର ଟଙ୍କାର ବ୍ୟବସାୟ କରୁଥିବା ଏହି ବ୍ୟବସାୟୀମାନେ ଏବେ ନିଜର ଗୁଜୁରାଣ ମେଣ୍ଟାଇବାକୁ ଅସମର୍ଥ ହେଉଛନ୍ତି । ବ୍ୟବସାୟ ପାଇଁ ସର୍ତ୍ତ ମୂଳକ ଅନୁମତି ମିଳିଥିଲେ ବି ବେପାର ପୁରା ମାନ୍ଦା । ଦୋକାନ ଖୋଲି ଟାଇମ ପାସ କରିବା ଛଡା କିଛି ଲାଭ ହେଉନଥିବା ଉଠା ଦୋକାନୀ ମାନେ କହିଛନ୍ତି ।

କେବେ ବସ ଚଳାଚଳ ସ୍ବାଭାବିକ ହେବ ଆଉ କେବେ ପୂର୍ବାବସ୍ଥା ଫେରି ଆସିବ ସେ ସମୟକୁ ଅପେକ୍ଷା କରି ବସିଛନ୍ତି ଉଠା ଦୋକାନୀ । ରାଜ୍ୟରେ ପ୍ରାୟ 8 ଲକ୍ଷରୁ ଉର୍ଦ୍ଧ୍ବ ଉଠା ଦୋକାନୀ ଥିବାବେଳେ ସେଥିରୁ ମାତ୍ର 65 ରୁ 70 ହଜାର ଉଠା ଦୋକାନୀ ପଞ୍ଜିକୃତ କରିଛନ୍ତି । ରାଜ୍ୟ ସରକାର ବି ସେମାନଙ୍କୁ 3 ହଜାର ଟଙ୍କା ଲେଖାଏଁ ସହାୟତା କରିଛନ୍ତି ।

ତେବେ କେନ୍ଦ୍ର ସରକାର ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିବାବେଳେ କେତେ ପ୍ରତିଶତ ଅର୍ଥ ଓଡିଶା ଭାଗରେ ପଡିବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏପଟେ ଅଣ ପଞ୍ଜିକୃତ ଉଠା ଦୋକାନୀମାନେ ଯେପରି ଏହାଦ୍ବାରା ଉପକୃତ ହୋଇପାରିବେ ସେଥିପ୍ରତି ଚେଷ୍ଟା କରାଯାଉଥିବା ଉଠା ଦୋକାନୀ ମହାସଂଘର ସଭାପତି ତଥା ରାଜ୍ୟସଭା ସାଂସଦ ସୁବାସ ସିଂ କହିଛନ୍ତି ।

ସୂଚନା ଥାଉକି, ଉଠା ଦୋକାନୀଙ୍କ ପାଇଁ 2 ପ୍ରତିଶତ ସୁଧରେ 50 ହଜାର ଟଙ୍କା ପର୍ଯ୍ୟନ୍ତ, କେନ୍ଦ୍ର ସରକାର ଋଣ ଯୋଗାଇବେ ବୋଲି ଘୋଷଣା କରିଛନ୍ତି । ଏହାଦ୍ବାରା ଦେଶରେ 90 ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର ତଥା ଉଠା ଦୋକାନୀ ଉପକୃତ ହେବେ ବୋଲି କୁହାଯାଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 4, 2020, 9:31 AM IST

ABOUT THE AUTHOR

...view details