ଓଡିଶା

odisha

ETV Bharat / city

କୋରୋନା ପାଇଁ କମୁଛି ବିବାହ କାର୍ଡ ଚାହିଦା, କ୍ଷତି ସହୁଛନ୍ତି ବ୍ୟବସାୟୀ - କୋରୋନା ଯୋଗୁ କମୁଛି କାର୍ଡ ଚାହିଦା

ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିବାହ ସମାରୋହରେ ଅତିଥି ସଂଖ୍ୟାରେ କଟକଣା ଲଗାଇଛନ୍ତି। ତେବେ ସରକାରଙ୍କ ଏହି ନିର୍ଦ୍ଦେଶ ଯୋଗୁଁ କାର୍ଡ ବ୍ୟବସାୟୀଙ୍କ ସମସ୍ୟା ବଢି ଯାଇଛି । ଅଧିକ ପଢନ୍ତୁ...

କୋରୋନା ଯୋଗୁ କମୁଛି କାର୍ଡ ଚାହିଦା
କୋରୋନା ଯୋଗୁ କମୁଛି କାର୍ଡ ଚାହିଦାକୋରୋନା ଯୋଗୁ କମୁଛି କାର୍ଡ ଚାହିଦା

By

Published : Dec 7, 2020, 3:04 PM IST

କଟକ: ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିବାହ ସମାରୋହରେ ଅତିଥି ସଂଖ୍ୟାରେ କଟକଣା ଲଗାଇଛନ୍ତି। ପୂର୍ବରୁ ୨୦୦ ଲୋକଙ୍କୁ ବିବାହ କାର୍ଯ୍ୟକ୍ରମରେ ଅନୁମତି ଥିବାବେଳେ ଏବେ ଏହାକୁ ୧୦୦କୁ ହ୍ରାସ କରି ଦିଆଯାଇଛି। ତେବେ ସରକାରଙ୍କ ଏହି ନିର୍ଦ୍ଦେଶ ଯୋଗୁଁ କାର୍ଡ ବ୍ୟବସାୟୀଙ୍କ ସମସ୍ୟା ବଢି ଯାଇଛି ।

କୋରୋନା ପାଇଁ କମୁଛି ବିବାହ କାର୍ଡ ଚାହିଦା, କ୍ଷତି ସହୁଛନ୍ତି ବ୍ୟବସାୟୀ

ଏତେ କମ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ କାର୍ଡ ନେଉନାହାନ୍ତି ଗ୍ରାହକ। ଯେଉଁମାନେ ନେଉଛନ୍ତି କେବଳ ୫୦ଟି କାର୍ଡରୁ ଅଧିକ କାର୍ଡ ନେଉନାହାନ୍ତି । ଯେଉଁ ସମୟରେ ହଜାର ହଜାର କାର୍ଡ ବ୍ୟବସାୟ ହେବା କଥା ଏବେ କିନ୍ତୁ ତାହା ଫିକା ପଡିଯାଇଛି । ବର୍ଷ ବର୍ଷ ଧରି ଏହି ବ୍ୟବସାୟ ଉପରେ ନିର୍ଭର କରୁଥିବା ବ୍ୟବସାୟ ବି ହାତ ବାନ୍ଧି ବସିଛନ୍ତି । ପରିବାର କେମିତି ଚାଲିବ ତାହାହିଁ ଏବେ ସେମାନଙ୍କ ଚିନ୍ତାର କାରଣ।

କେବଳ କାର୍ଡ ବ୍ୟବସାୟ ନୁହେଁ ବରଂ ପ୍ରିଣ୍ଟିଂ ବ୍ୟବସାୟ ବି ପ୍ରଭାବିତ ହୋଇଛି। ବିଶେଷ କରି ବିବାହ ଋତୁରେ ପ୍ରିଣ୍ଟିଂ ବ୍ୟବସାୟର ବେଶ ଚାହିଦା ଥାଏ । ଆଉ ପ୍ରିଣ୍ଟିଂ ବ୍ୟବସାୟୀ ମଧ୍ୟ ଏହି ସମୟରେ ବେଶ ରୋଜଗାର କରିଥାଆନ୍ତି । କିନ୍ତୁ କୋରୋନା ପାଇଁ ସେମାନେ ବି ବେଶ ପ୍ରଭାବିତ ହୋଇଛନ୍ତି । ଯେଉଁ ସମୟରେ ହଜାର ହଜାର କାର୍ଡ ପ୍ରିଣ୍ଟିଂ ପାଇଁ ଅର୍ଡର ଆସୁଥିଲା ଏବେ ମାତ୍ର ୫୦ଟି କାର୍ଡ ପ୍ରିଣ୍ଟିଂ ପାଇଁ ଅର୍ଡର ଆସୁଛି । ଫଳରେ ଲୋକ ରଖି ବ୍ୟବସାୟ କରିବା ଆବଶ୍ୟକ ପଡୁନାହିଁ । ଏମାନେ ବି ହାତ ବାନ୍ଧି ବସିଛନ୍ତି।

କୋରୋନାରେ ସମସ୍ତ ବ୍ୟବସାୟ ପ୍ରଭାବିତ ହୋଇଛି । ଅର୍ଥନୀତି ବି ଢେର ପ୍ରଭାବିତ ହୋଇଛି । ଏହାରି ଭିତରେ ଅର୍ଥନୀତିର ସୁଧାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ ରହିଛି । ଜୀବନ ଓ ଜୀବିକା ଏହି ଦୁଇଟିକୁ ସମନ୍ୱୟ ରଖି ପଦକ୍ଷେପ ନେଲେ ଅର୍ଥନୀତିରେ ସୁଧାର ଆସିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details