ଓଡିଶା

odisha

ETV Bharat / city

ଫିକା ଫିକା ବଡଦିନ; କୋଭିଡ ପାଇଁ ନାହିଁ ସରାଗ, 2 ଶହ କୋଟିର ବେପାର ଠପ - ନୂଆବର୍ଷ ବ୍ୟବସାୟ ପ୍ରଭାବିତ

ବଡଦିନରେ ମଧ୍ୟ ବ୍ୟବସାୟ ମାନ୍ଦା ହୋଇଥିବା ବେଳେ ଆଗକୁ ନୂଆବର୍ଷ ଥିଲେ ମଧ୍ୟ ଏଥର ସମସ୍ତ ବ୍ୟବସାୟ ପ୍ରଭାବିତ ହୋଇଛି। ତେବେ ଚଳିତବର୍ଷ କୋରୋନା କଟକଣା ଯୋଗୁଁ କଟକରେ ପ୍ରାୟ ୨୦୦ କୋଟି ଟଙ୍କାର ବଡଦିନ ଓ ନୂଆବର୍ଷ ବ୍ୟବସାୟ ଠପ ହୋଇଯାଇଛି । ଅଧିକ ପଢନ୍ତୁ...

ବଡଦିନ ଆଉ ନୂଆବର୍ଷ ବ୍ୟବସାୟ ପ୍ରଭାବିତ
ବଡଦିନ ଆଉ ନୂଆବର୍ଷ ବ୍ୟବସାୟ ପ୍ରଭାବିତ

By

Published : Dec 25, 2020, 10:54 AM IST

କଟକ:କୋରୋନା ପାଇଁ ସମସ୍ତ ବ୍ୟବସାୟ ପ୍ରଭାବିତ ହୋଇଥିବା ବେଳେ ଏଥିରୁ କେମିତି ବା ବାଦ ପଡିବ ସିଜିନ ବ୍ୟବସାୟ। ବଡଦିନରେ ମଧ୍ୟ ବ୍ୟବସାୟ ମାନ୍ଦା ହୋଇଥିବା ବେଳେ ଆଗକୁ ନୂଆବର୍ଷ ଥିଲେ ମଧ୍ୟ ଏଥର ସମସ୍ତ ବ୍ୟବସାୟ ପ୍ରଭାବିତ ହୋଇଛି। ତେବେ ଚଳିତବର୍ଷ କୋରୋନା କଟକଣା ଯୋଗୁ କଟକରେ ପ୍ରାୟ ୨୦୦ କୋଟି ଟଙ୍କାର ବଡଦିନ ଓ ନୂଆବର୍ଷ ବ୍ୟବସାୟ ଠପ ହୋଇଯାଇଛି । ପ୍ରଶାସନିକ କଟକଣା ପାଇଁ ଏହା ବେଶୀ ପ୍ରଭାବିତ ହୋଇଛି !

ଆଜି ବଡଦିନ । କିନ୍ତୁ ଆଜିର ଦିନରେ ଚର୍ଚ୍ଚ ହେଉ କି ଘର ସଜାଇବା ପାଇଁ ବିଭିନ୍ନ ସାମଗ୍ରୀ ହେଉ କୋରୋନା ପାଇଁ ଏସବୁ ବ୍ୟବସାୟ ଫିକା ପଡିଛି। ଦାମି ଜିନିଷ ତ କିଣିବା ଦୂରର କଥା କୌଣସି ଆଇଟମ କିଣିବାକୁ ଆଗ୍ରହ କରୁନାହାନ୍ତି ଗ୍ରାହକ।

ଫିକା ଫିକା ବଡଦିନ; କୋଭିଡ ପାଇଁ ନାହିଁ ସରାଗ, 2 ଶହ କୋଟିର ବେପାର ଠପ

ତେବେ ବଡ଼ଦିନ ଆଉ ନୂଆବର୍ଷ ପାଳନ କରିବା ସମୟରେ କେକର ବେଶ ଚାହିଦା ରହିଥାଏ । ଚାହିଦାକୁ ଦେଖି ଭଳିକି ଭଳି କେକ ପ୍ରସ୍ତୁତ କରାଯାଇଥାଏ । ମାତ୍ର ଚଳିତ ବର୍ଷ କେକ ବ୍ୟବସାୟ ମଧ୍ୟ ଫିକା ପଡିଛି । କଟକଣା ପାଇଁ କେକ କିଣିବାକୁ ଆସୁନାହାନ୍ତି ଗ୍ରାହକ । ଆଉ ଯେଉଁ କମ ସଂଖ୍ୟକ ଗ୍ରାହକ ମାନେ ଆସୁଛନ୍ତି ସେମାନେ ଦାମି କେକ ବି ନେଉନାହାନ୍ତି । ଯାହା ଫଳରେ ଚଳିତବର୍ଷ କେକ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି।

ବ୍ୟବସାୟର ସ୍ଥିତି ଦେଖି ବ୍ୟବସାୟ କରିବା ପାଇଁ ଡରିଲେଣି ବ୍ୟବସାୟୀ । ସବୁଠାରୁ ବଡ଼ କଥା ହେଉଛି ନିଜର ପେଟ ପାଟଣା ପାଇଁ ବ୍ୟବସାୟର ବିକଳ୍ପ ଖୋଜିବା ମଧ୍ୟ ଆରମ୍ଭ କରିଦେଲେଣି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details