କଟକ: ରାଜ୍ୟ ସରକାର କ୍ରୀଡାକୁ ନେଇ ଦେଖୁଛନ୍ତି ଅନେକ ସ୍ୱପ୍ନ । ଏମିତିକି ଓଡିଶାକୁ କ୍ରୀଡାର ହବ ବୋଲି ମଧ୍ୟ କୁହାଯାଉଛି । କାରଣ ହକି ବିଶ୍ବକପ ପରେ ରାଜ୍ୟକୁ କ୍ରୀଡ଼ା ଦିଗରେ ଏକ ସ୍ବତନ୍ତ୍ର ସ୍ଥାନ ମିଳିଛି । ହେଲେ ଏହାରି ଭିତରେ ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା । 16 ଟି ଜିଲ୍ଲାରେ ଥିବା କ୍ରୀଡା ଛତ୍ରବସର ପୁନ ଗଠନ କରି ସେଠାରେ ଅତ୍ୟାଧୁନିକ ପ୍ରରୀକ୍ଷଣ ବ୍ୟବସ୍ଥା ଓ ସବୁ କିଛି ଉପଲବ୍ଧ ରହିବ । ହେଲେ ଏହାରି ଭିତରେ ଗୋଟିଏ କେଁ ସମ୍ନାକୁ ଆସିଛି ।
ତାହା ହେଉଛି 18 ବର୍ଷରୁ ଉର୍ଧ୍ଵ ଖେଳାଳି ହଷ୍ଟେଲରେ ରହି ପାରିବେନି । ତେବେ କୋରୋନା ମହାମାରୀ ବେଳେ ପ୍ରଭାବିତ ହୋଇଥିବା କ୍ରୀଡା ଜଗତରେ ଯଦି ଖେଳାଳିଙ୍କୁ ଏପରି କରାଯିବ, ତେବେ ତାଙ୍କ ଭବିଷ୍ୟ ଅନ୍ଧାର ସଦୃଶ ।