କଟକ: 65 କୋଟି ବ୍ୟୟରେ ଖାନ ନଗର ଠାରେ ନିର୍ମାଣ ହେବ ବିଶ୍ବସ୍ତରୀୟ ବସଷ୍ଟାଣ୍ଡ । ଯେଉଁଥିରେ ରହିବ ସବୁ ସୁବିଧା । ଏନେଇ ସୁବାଷ ବୋଷଙ୍କ ଜନ୍ମ ତିଥି ଦିନ ଏହି ବସ ଟର୍ମିନାଲ ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ମନରେ ପ୍ରଶ୍ନ ଉଠୁଛି ପୂର୍ବରୁ ଗୋପାଳପୁର ବସ ଷ୍ଟାଣ୍ଡ ନେଇ ସ୍ବପ୍ନ ଦେଖିଥିବା ରାଜ୍ୟ ସରକାର ଏବେ କଣ ପାଇଁ ଚୁପ୍ । 2012 ମସିହାରୁ ଏହି ବସ ଷ୍ଟାଣ୍ଡ ପାଇଁ ଆରମ୍ଭ ହୋଇଥିଲା ବ୍ଲୁ ପ୍ରିଣ୍ଟ । ପ୍ରଥମରୁ 42 ଏକର ଜମି ମଧ୍ୟ ଚିହ୍ନଟ ହୋଇଥିଲା । ହେଲେ ସମୟ ଗଡ଼ିବା ସହ ଏକର ଏକର ଜମି ର ମଧ୍ୟ ପତ୍ତା ମିଳିଲା ନାହିଁ । ତେବେ ବାକି ଜମି ଗଲା କୁଆଡେ । ଦେଖନ୍ତୁ ଈଟିଭି ଭାରତର ସ୍ପେଶାଲ ରିପୋର୍ଟ ।
ତେବେ ଏହି ପ୍ରକଳ୍ପର ଶିଳାନ୍ୟାସରେ କେତେ ସତ୍ୟତା ରହିଛି ? ପୂର୍ବରୁ କଟକ ଗୋପାଳପୁର ନିକଟରେ ମଧ୍ୟ ଏକ ବସ ଷ୍ଟାଣ୍ଡ ହେବା ନେଇ ସ୍ବପ୍ନ ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏନେଇ 2012 ମସିହାରୁ ଆରମ୍ଭ ହୋଇଥିଲା କସରତ । ଶେଷରେ 42 ଏକର ଜମି ମଧ୍ୟ ଚିହ୍ନଟ ହୋଇଥିଲା । ସମୟ ଗଡିବା ସହ ଜମିର ହିସାବ ପାଇବାରେ ମଧ୍ୟ ଅସମର୍ଥ ହୋଇଥଲେ ସ୍ଥାନୀୟ ପ୍ରଶାସନ । ତେଣୁ ଯେତିକି ଜମିର ଗ୍ରୀନ ସିଗ୍ନାଲ ପାଇଲେ ଏହି ଜମିରେ ଲଗାଗଲା ପ୍ରାଚୀର । ସେନେଇ ମଧ୍ୟ ଖର୍ଚ୍ଚ ହୋଇଛି 4 କୋଟି ଟଙ୍କା । 2018 ମସିହାରେ ଶିଳାନ୍ୟାସ ମଧ୍ୟ ହେଲା । ହେଲେ ଏହାରି ଭିତରେ ପୁରିଛି 3 ବର୍ଷ । କୁଆଡେ ଗଲା ସରକାରଙ୍କ କାମ । କେବଳ ଲୋକଙ୍କ ଟିକସ ଟଙ୍କାକୁ ହରିଲୁଟ କରିବା ଛଡା ସରକରଙ୍କ ଆଉ କିଛି କାମ ନାହିଁ ବୋଲି ସିଧାସଳଖ କହିଛନ୍ତି ସୂଚନା ଅଧିକାର କର୍ମୀ ।