କଟକ:କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏସସିବିରେ ପହଁଞ୍ଚିଛି । ଏସସିବିର ସ୍ୱତନ୍ତ୍ର ଟ୍ରମା କେୟାର ୟୁନିଟରେ ରଖାଯାଇଛି ଜଗାକୁ । ଏସସିବି ମେଡ଼ିକାଲରେ ଜଗାର ସିଟି ସ୍କାନ ଓ ଏମଆରଆଇ ସହ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ଆଜି ସନ୍ଧ୍ୟାରେ ଦିଲ୍ଲୀ ଏମସର ନ୍ୟୁରୋ ସର୍ଜନ ବିଶେଷଜ୍ଞ ଡାକ୍ତର ଦୀପକ ଗୁପ୍ତା ଏସସିବିରେ ପହଞ୍ଚିବେ ।
ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ଡାକ୍ତର ଦୀପକ ଗୁପ୍ତା ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅସ୍ତ୍ରୋପଚାର ପାଇଁ ଦିଲ୍ଲୀ ପଠାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଡ଼ା ମୁଣ୍ଡ ଶିଶୁଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ କରାଯାଇଥିଲା ।