ଓଡିଶା

odisha

By

Published : Sep 8, 2022, 4:09 PM IST

ETV Bharat / city

କଟକରେ ବିଭିନ୍ନ ସମସ୍ୟା ନେଇ ସିଏମସିକୁ କଂଗ୍ରେସର ଟାର୍ଗେଟ

ସିଏମସିକୁ କଂଗ୍ରେସର ଚେତାବନୀ । ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ କଟକରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବାକୁ ସିଏମସିକୁ ଚେତାଇଲେ କଟକ ନଗର କଂଗ୍ରେସ ସଭାପତି । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ପାର୍ବଣରେ କଟକ ସହରକୁ ଅନେକ ଲୋକଙ୍କ ସାମଗମ ହେଉଥିବା ବେଳେ ସମସ୍ତ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ସିଏମସି(Cuttack Municipal Corporation)କୁ କହିଛି କଂଗ୍ରେସ । ବର୍ତ୍ତମାନ ରାସ୍ତା ଠାରୁ ଆରମ୍ଭ କରି ସହରର ବିଭିନ୍ନ ଗଳିକନ୍ଦିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପାର୍ବଣ ଆରମ୍ଭ ହୋଇଥିବା ବେଳେ ଆଗକୁ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ଆସୁଛି । ଏବେ ଠାରୁ ଏହାର କେମିତି ସମାଧାନ ହେବ ସେନେଇ ଏବେଠୁ ପ୍ରସ୍ତୁତି କରିବାକୁ କଟକ ମହାନଗର ନିଗମକୁ ଚେତେଇ ଦେଇଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର(Cuttack Congress President Suresh Mohapatra) ।

କଟକରେ ବିଭିନ୍ନ ସମସ୍ୟା ନେଇ ସିଏମସିକୁ କଂଗ୍ରେସର ଟାର୍ଗେଟ

ଏନେଇ ସୁରେଶ ମହାପାତ୍ର କହିଛନ୍ତି ଯେ, '' ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି, ଏହି ସମୟରେ କଟକ ସହରରେ ଯେଉଁ ଅବସ୍ଥା ଯିଏ ଅଙ୍ଗେ ନ ଲିଭାଇବ ସେ ଦେଖିପାରିବ ନାହିଁ, ଏବଂ ମ୍ୟୁନିସପାଲଟି ପ୍ରଶାସନ କେବଳ ସାହିକୁ ସାହି ଗସ୍ତ କରି ଟିଭି ମାଧ୍ୟମରେ ବାହାରୁଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ରାସ୍ତାଘାଟ କାମ ହୋଇପାରିନାହିଁ, ତେଣୁ ଆମେ ଦାବି କରୁଛି ତୁରନ୍ତ କଟକ ସହରରେ ଯେଉଁ ଅବ୍ୟବସ୍ଥା ରହିଛି ତାକୁ ଏବେଠୁ କିପରି ସମାଧାନ କରାଯାଇପାରିବ ତାହା ଯୁଦ୍ଧକାଳୀନ ଭିତ୍ତିରେ କରିବା ଦରକାର । ଜିଲ୍ଲାପ୍ରଶାସନ ଏଥି ପାଇଁ ଯତ୍ନବାନ ହେବା ଦରକାର, ମ୍ୟୁନିସପାଲଟିର କର୍ମକର୍ତ୍ତା, କମିଶନର ଏବଂ ମେୟର ଦାୟିତ୍ବ ବହନ କରି ଯୁଦ୍ଧକାଳୀନ ଭିତ୍ତିରେ ସବୁ କାର୍ଯ୍ୟ କରିବା ଆବଶ୍ୟକତା ରହିଛି । ନଚେତ କଟକ ସହରରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ।''

ଏହାମଧ୍ୟ ପଢ଼ନ୍ତୁ:ପାର୍ବଣ ପୂର୍ବରୁ କାମ ସାରିବାକୁ ସିଏମସିକୁ ମୋକିମଙ୍କ ତାଗିଦ

ପାର୍ବଣ ଆସିଲେ କଟକ ସହରରେ ଭିଡ ପରିଲକ୍ଷିତ ହୁଏ । ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ପାର୍ବଣ ଫିକା ପଡିଥିବା ବେଳେ ଚଳିତ ବର୍ଷ ବେଶ ଧୁମଧାମରେ ପାଳିତ ହୋଇଛି ଗଣେଶ ପୂଜା । ଆଗକୁ ଦୂର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ଥିବାରୁ ବହୁ ଭିଡ ହେବା ନେଇ ଆଶା କରାଯାଉଛି । ତେଣୁ କଟକରେ ରାସ୍ତା ଘାଟ, ପରିମଳ, ବିଦ୍ୟୁତ ସଂଯୋଗୀକରଣ ସମସ୍ୟା ଦିଗରେ ଦୃଷ୍ଟି ଦେଇ ସମାଧାନ କରିବାକୁ କହିଛି କଂଗ୍ରେସ । ସୁରେଶ ମହାପାତ୍ରଙ୍କ ପୂର୍ବରୁ କଂଗ୍ରେସ ନେତା ତଥା ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଏନେଇ ସିଏମସିକୁ ତାଗିଦ କରିଥିଲେ । ବାରବାଟୀ ବିଧାୟକ ମହମ୍ମଦ ମୋକିମ ଅଭିଯୋଗ କରିଥିଲେ, ପାର୍ବଣ ପୂର୍ବରୁ ଯେଉଁ ବିକାଶ ମୂଳକ କାର୍ଯ୍ୟ ଶେଷ ହେବା କଥା ତାହା ଆରମ୍ଭ ବି ହୋଇନାହିଁ । କଟକର ପ୍ରସିଦ୍ଧ ଦଶହରା ଯାତ୍ରା ଦେଖିବାକୁ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଆସିଥାନ୍ତି । ତେବେ ଏହି ସବୁ ଅବ୍ୟବସ୍ଥା ଦେଖିଲେ ପ୍ରଶାସନ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ । ତେଣୁ ଶୀଘ୍ର ଏହି ଦିଗରେ ନଜର ଦେବାକୁ କହିଥିଲେ ବିଧାୟକ ମୋକିମ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details