କଟକ: ଅପହରଣ ମାମଲାରେ ଗିରଫ ହୋଇଥିବା ଯୁବକକୁ ଜାମିନ ଦେଲେ ହାଇକୋର୍ଟ । ସର୍ତ୍ତମୂଳକ ଭାବେ ଏହି ଜାମିନ ଦିଆଯାଇଛି । ଅଭିଯୁକ୍ତକୁ 3 ମାସରେ 100 ବୃକ୍ଷରୋପଣ କରିବାକୁ ପଡିବ । ବୃକ୍ଷ ରୋପଣ କରିଥିଲେ ତାର ପ୍ରମାଣ ତଦନ୍ତକାରୀ ଅଧିକାରୀ ମାମଲାର ବିଚାରଧୀନ ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଗତ ଜାନୁଆରୀ ୩୧ ତାରିଖରେ ବୌଦ୍ଧ ଥାନା ଅଞ୍ଚଳରେ ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲେ। ଯୁବତୀଙ୍କୁ ଘର ଭିତରକୁ ଜବରଦସ୍ତ ପଶିବା ସହ ଯୁବତୀଙ୍କୁ ଅପହରଣ କରିବାପାଇଁ ଉଦ୍ୟମ କରିଥିଲେ। ଏନେଇ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ବୌଦ୍ଧ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।