ଓଡିଶା

odisha

ETV Bharat / city

ଚୋରି ହୋଇଥିବା ଟଙ୍କା ଜବତ, ଅଭିଯୋଗକାରୀ ଏଜେଣ୍ଟ ଗିରଫ - loot in athagad

ନିଜ ଜାଲରେ ନିଜେ ଫସିଲେ ଆଭିଯୋଗକାରୀ । ଆଠଗଡ ଖୁଣ୍ଟୁଣୀଠାରେ ହୋଇଥିବା ଲୁଟ ଘଟଣାରେ ଅଭିଯୋଗକାରୀ ସନ୍ତୋଷ କୁମାର ରାଜାକୁ ଗିରଫ କରିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 30, 2019, 5:49 PM IST

କଟକ: ଗତକାଲି ଆଠଗଡ଼ ଖୁଣ୍ଟୁଣୀଠାରେ ହୋଇଥିବା ଲୁଟ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଖୋଦ ଅଭିଯୋଗକାରୀ ହେଉଛି ଲୁଟେରା।

ଅଭିଯୁକ୍ତ ସନ୍ତୋଷ କୁମାର ରାଜା ଗତ ମଙ୍ଗଳବାର ୧୮ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲା। ଏ ଅଭିଯୋଗ ପାଇବା ପରେ ଅଭିଯୋଗକାରୀଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ଫଳରେ ଅଭିଯୋଗକାରୀଙ୍କ ଘରେ ଯାଞ୍ଚ କରିଥିଲା ପୋଲିସ ।

ଯାଞ୍ଚ ସମୟରେ ସନ୍ତୋଷଙ୍କ ବେଡ୍‌ ତଳୁ ନଗଦ ୧୫ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଥିଲା ପୋଲିସ । ତେବେ ଏନେଇ ପଚରା ଉଚରା କରିବାରୁ ସେ ସମସ୍ତ କଥା ସ୍ଵୀକାର କରିଥିଲା । ଏହାସହ ଅଭିଯୁକ୍ତ ସନ୍ତୋଷ ନିଜ ସମ୍ପର୍କୀୟ ରାକେଶ ସାହୁଙ୍କୁ ୨ ଲକ୍ଷ ୬୬ ହଜାର ଟଙ୍କା ଦେଇଥିବା ମାନିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଫଳରେ ପୋଲିସ ରାକେଶ ଠାରୁ ୨ ଲକ୍ଷ ୬୬ ହଜାର ଟଙ୍କା ଜବତ କରିଛି । ଏହି ନାଟକୀୟ ଲୁଟ ଘଟଣାରେ ପୋଲିସ ୧୭ ଲକ୍ଷ ୯୬ ହଜାର ୮୯୫ ଟଙ୍କା ଜବତ କରିଛି । ଅଭିଯୁକ୍ତ ସନ୍ତୋଷ ବିମଲ ପାନ ମସଲା କମ୍ପାନୀରେ ଏଜେଣ୍ଟ ଭାବେ କାମ କରୁଥିଲା ।

ଡିଲରଙ୍କ ଠାରୁ ସେ ଉକ୍ତ ଟଙ୍କା କଲେକ୍ସନ କରି ଡିପୋଜିଟ କରିବା ପାଇଁ ଯାଉଥିବା ସମୟରେ ଉକ୍ତ ଟଙ୍କାକୁ ନେବା ପାଇଁ ଲୋଭ ଆସିବାରୁ ସେ ଏଭଳି ଲୁଟର ନାଟକ କରି ଥାନାରେ ମାମାଲା ରୁଜୁ କରିଥିବା ପଚରାଉଚରାରୁ ସ୍ପଷ୍ଟ ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details