କଟକ:ନକଲି କୋଭିଡ ଔଷଧ ରାକେଟର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ STF । ଡ୍ରଗ୍ କଣ୍ଟ୍ରୋଲ୍ ବିଭାଗର ଅଧିକାରୀଙ୍କ ସହ ମିଶି ଏସଟିଏଫ ଏହି ଘଟଣାର ତଦନ୍ତ ଜାରି ରଖିଛି । ଏହି କ୍ରମରେ ତିନି ଦିନ ଧରି ରାଜ୍ୟର ବିଭିନ୍ନ ଔଷଧ ଦୋକାନ ତଥା ଗୋଦାମରେ ଛାନଭିନ୍ ଜାରି ରହିଥିବା ବେଳେ ମହାରାଷ୍ଟ, ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶ ସହ ଅନ୍ୟ କେଉଁ ରାଜ୍ୟକୁ ଏହି ରାକେଟର ଚେର ଲମ୍ବିଛି ତାହାର ମଧ୍ୟ ଅନୁସନ୍ଧାନ ଆରମ୍ଭ ହୋଇଛି । ତିନିଟି ରାଜ୍ୟକୁ ସ୍ବତନ୍ତ୍ର ଟିମ ପଠାଯାଇଛି ।
ଏହି ଟିମରେ EOW ଓ ଡ୍ରଗ କଣ୍ଟ୍ରୋଲ କାର୍ଯ୍ୟାଳୟର କିଛି ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ତେବେ ଏହାରି ଭିତରେ ଗୁରୁବାର ଡ୍ରଗ କଣ୍ଟ୍ରୋଲରରେ ଏସଟିଏଫ ଏକ ଏତଲା ମଧ୍ୟ ରୁଜୁ କରିଛନ୍ତି । ଏହି ଏତଲାରେ ନକଲି ଔଷଧର କାରବାର କରୁଥିବା କଟକ କନିକା ଛକ ସ୍ଥିତ "ମେଡିଲିଓଏଡ଼ ମେଡିକାମେଣ୍ଟ"ର ମୁଖ୍ୟ ଶିବ ଜେନାକୁ ମୁଖ୍ୟ କାରପଟଦାର ଦର୍ଶାଇ ଥିଲା ଏସଟିଏଫ୍ ।