କଟକ: ଐତିହ ସମ୍ପନ୍ନ କଟକ ସହର । ଭାଇଚାରା ସହର ନାମରେ ବେଶ୍ ପରିଚିତ ସିଲଭର ସିଟି । କିନ୍ତୁ ସହରରେ ମଧ୍ୟରେ ଅବାଧ ଧଳା ଜହର ବ୍ୟବସାୟ ଯୋଗୁଁ ଏହି ଭାଇଚାରାର ସହର ନିଜର ପରଚୟ ହରାଇବାକୁ ବସିଛି । ଲକଡାଉନ ଓ ସଟଡାଉନ ଆଳରେ କଟକରେ ସହରରେ ଡ୍ରଗ୍ସ ମାଫିଆଙ୍କ କାରବାର ବଢ଼ିବାରେ ଲାଗିଛି । ଯାହାର ନିଶାରେ କବଳିତ ହେବାରେ ଲାଗିଛି ଯୁବ ଗୋଷ୍ଠୀ ।
ନିଶାରେ ଯୁବଗୋଷ୍ଠୀ କୁପଥଗାମୀ ହେଉଥିବା ବେଳେ ଏହାକୁ ନେଇ କଟକବାସୀଙ୍କ ମନରେ ଏକ ଅଜଣା ଡର । ଡ୍ରଗ୍ସ ପାଇଁ ନିଜ ଭବିଷ୍ୟତକୁ ନିଜେ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି ଯୁବଗୋଷ୍ଠୀ । ଏସବକୁ ଦୃଷ୍ଟିରେ ରଖି ଡ୍ରଗ୍ସ ମାଫିଆଙ୍କୁ ସାବଡ଼ କରିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ଡ୍ରଗ୍ସ ବିରୋଧୀ ଅଭିଯାନ ରୂପକ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରି ଡ୍ରଗ୍ସ ମାଫିକାଙ୍କ ନିଦ ହଜାଇ ଦେଇଛି ।
ସହରର କିଛି ପ୍ରମୁଖ ସ୍ଥାନ ମାନଙ୍କରେ ଏହି ମାଫିଆ ମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ହେଲେ ପୋଲିସର ସ୍ପେଶାଲ ଡ୍ରାଇଭ ଆଗରେ ମାଫିଅଙ୍କ ଡ୍ରଗ୍ସ କାରବାର ଯୋଜନା ପଣ୍ଡ ହେଉଛି । ଗତବର୍ଷ ତୁଳନା ଚଳିତବର୍ଷ ବିପୁଳ ପରିମାଣ ରେ ଜବତ ହୋଇଛି ଡ୍ରଗ୍ସ । ଯାହା ପୋଲିସ ପାଇଁ ଏକ ବଡ଼ ସଫଳତା। 2019 ପର୍ଯ୍ୟନ୍ତ ଡ୍ରଗ୍ସ ବିରୋଧୀ ଅଭିଯାନର ମଙ୍ଗ ଧରିଥିଲା ସ୍ପେଶାଲ ଟାସ୍କଫୋର୍ସ କ୍ରାଇମବ୍ରାଞ୍ଚ । 2020ରେ ସାରା ରାଜ୍ୟରୁ 34 କେଜିରୁ ଅଧିକ ଡ୍ରଗ୍ସ ଜବତ କରିଥିଲା ସ୍ପେଶାଲ ଟାସ୍କଫୋର୍ସ । ହେଲେ ଗତ 5 ମାସ ମଧ୍ୟରେ କେବଳ ଟ୍ବିନ୍ ସିଟିରେ 6 ଜେଜିରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି ।