କଟକ: କାର୍ତ୍ତିକେଶ୍ବର ପୂଜା ପାଇଁ କଟକ କମିଶନରେଟ ପୋଲିସର କଟକଣା । କୋରୋନା ସଂକ୍ରମଣ ପାଇଁ ପୂଜା ଉପରେ ଲାଗୁ କଲା କଟକଣା । ଆସନ୍ତା 25 ତାରିଖରୁ ପୂଜା ଆରମ୍ଭ ହେବାକୁ ଥିବାବେଳେ କିଭଳି ପୂଜା କରାଯିବ ତାକୁ ନେଇ ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ ।
ଦୁର୍ଗା ପୂଜା ପରି କାର୍ତ୍ତିକେଶ୍ବରଙ୍କ ମୂର୍ତ୍ତୀ ମଧ୍ୟ 4 ଫୁଟ ଉଚ୍ଚତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ମଣ୍ଡପକୁ ଆବଦ୍ଧ କରି କେବଳ 7 ଜଣ କର୍ମକର୍ତ୍ତାଙ୍କ ଉପସ୍ଥିତ ରହିବେ । ଏହି ସମୟରେ ସମସ୍ତ ପୂଜକ ସାମାଜିକ ଦୂରତା ପାଳନ କରିବେ । ସେହିପରି ଜନସମାବେଶ ଉପରେ ରହିବ କଟକଣା ।