ଓଡିଶା

odisha

ETV Bharat / city

ଡି-ହାଉସରେ ଡି-ବ୍ରଦର୍ସ; ଆଜି ଜେରା ହେବ ସୁଶୀଳ ଧଳ ସାମନ୍ତ - ଡି-ହାଉସରେ ଡି-ବ୍ରଦର୍ସ

ଡି-ବ୍ରଦର୍ସଙ୍କ କଟକ ସ୍ଥିତ ଘରେ କମିଶନରେଟ ପୋଲିସର ତଲାସୀ ଆରମ୍ଭ । ଅସ୍ତ୍ରଶସ୍ତ୍ର ସନ୍ଧାନ ପାଇଁ ମେଟାଲ ଡିଟେକ୍ଟର ନିୟୋଜିତ । ଅଧିକ ପଢନ୍ତୁ...

ଡି-ହାଉସରେ ଡି-ବ୍ରଦର୍ସ; ଆଜି ଜେରା ହେବ ସୁଶୀଳ ଧଳ ସାମନ୍ତ
ଡି-ହାଉସରେ ଡି-ବ୍ରଦର୍ସ; ଆଜି ଜେରା ହେବ ସୁଶୀଳ ଧଳ ସାମନ୍ତ

By

Published : Dec 26, 2020, 12:06 PM IST

Updated : Dec 26, 2020, 12:15 PM IST

କଟକ: ଡି-ବ୍ରଦର୍ସଙ୍କ କଟକ ସ୍ଥିତ ଘରେ ଆଜି ବି କମିଶନରେଟ ପୋଲିସର ତଲାସୀ ଆରମ୍ଭ। ଦ୍ବିତୀୟ ଦିନରେ ମେଟାଲ ଡିଟେକ୍ଟର ଜରିଆରେ ଅସ୍ତ୍ରଶସ୍ତ୍ରର କରୁଛି ସନ୍ଧାନ । ଘରେ ଭିତରେ ଥିବା ଅସ୍ତ୍ରଗାରକୁ ଦୁଇ ଭାଇ ଦେଖାଇଛନ୍ତି। ସେପଟେ ଆଜି କେବଳ ସୁଶୀଳ ଧଳ ସାମନ୍ତକୁ କରାଯିବ ଜେରା ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଗ୍ୟାଙ୍ଗଷ୍ଟାର ଡି-ବ୍ରଦର୍ସଙ୍କ ଘରୁ ବିପୁଳ ପରିମାଣର ବନ୍ଧୁକ, ଗୁଳି, ମାଗାଜିନ ସହ ଟଙ୍କା ଜବତ କରାଯାଇଥିଲା । ଘରେ ଥିବା ଏକ ଗୁପ୍ତ କୋଠରୀରୁ ଜବତ ହୋଇଥିବା ସୂଚନା ମିଳିଥିବା । ଆଜି ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ଦେବ ପୋଲିସ କମିଶନର ।

ଡି-ହାଉସରେ ଡି-ବ୍ରଦର୍ସ

ଶୁକ୍ରବାର ଦୀର୍ଘ ୭ ଘଣ୍ଟା ଧରି ଚାଲିଥିବା ଏହି ଛାନଭିନରେ ୧୦ ଜଣ ଅଫିସରଙ୍କ ସହ ମେଟାଲ ଡିଟେକ୍ଟର ଟିମ ମଧ୍ୟ ନିୟୋଜିତ ଥିଲେ। ଏହାସହ ଘରର ବିଭିନ୍ନ ସ୍ଥାନରେ ଥିବା ଇଣ୍ଟେରିଅରକୁ ଖୋଲିବା ପାଇଁ ଅଭିଜ୍ଞ ଲୋକଙ୍କୁ ମଧ୍ୟ କାର୍ଯ୍ୟରେ ଲଗାଯାଇଥିଲା। ସକାଳ ପ୍ରାୟ ସାଢେ ୧୧ ଟା ସମୟରେ ଦୁଇ ଭାଇଙ୍କୁ ଅଲଗା ଅଲଗା କରି କଟକ ସ୍ଥିତ ଘରକୁ ଅଣାଯାଇଥିଲା। ଏବଂ ସଂନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଏହି ସର୍ଚ୍ଚ ଅପରେସନରେ ଏହି ସମସ୍ତ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଘରକୁକୁ ଚାରିପଟୁ ଘେରି କରି ରହିଥିଲେ ସଶସ୍ତ୍ର ଯବାନ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 26, 2020, 12:15 PM IST

ABOUT THE AUTHOR

...view details