ଓଡିଶା

odisha

ETV Bharat / city

ଦଶହରା ପାଇଁ 53 ଗଳିରେ ପୋଲିସର ଫ୍ଲାଗମାର୍ଚ୍ଚ - ଗଳିକନ୍ଦିରେ ବୁଲୁଛି ପୋଲିସର ଫ୍ଲାଗମାର୍ଚ୍ଚ

ଦଶହରା ପାଇଁ ସଜାଗ କମିଶନରେଟ ପୋଲିସ । ଏନେଇ ଡିସିପି ଅଖିଳେଶ୍ବର ସିଂଙ୍କ ଅଧିନରେ ଶତାଧିକ ପୋଲିସ କର୍ମୀ ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

ଦଶହରା ପାଇଁ ଗଳିକନ୍ଦିରେ ବୁଲୁଛି ପୋଲିସର ଫ୍ଲାଗମାର୍ଚ୍ଚ

By

Published : Oct 4, 2019, 10:18 PM IST

କଟକ: ଦଶହରା ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ । ଚଳିତବର୍ଷ ଦୂର୍ଗାପୂଜାକୁ କିପରି ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିହେବ ସେଥିପାଇଁ ଆଜି କମିଶନରେଟ ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଛି ଫ୍ଲାଗମାର୍ଚ୍ଚ । ଡିସିପି ଅଖିଳେଶ୍ବର ସିଂଙ୍କ ଅଧିନରେ ଶତାଧିକ ପୋଲିସ କର୍ମୀ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଥିଲେ । ସହର ତମାମ ଗଳିକନ୍ଦିରେ ଏହି ଫ୍ଲାଗମାର୍ଚ୍ଚ ବୁଲିଥିଲା ।

ଦଶହରା ପାଇଁ ଗଳିକନ୍ଦିରେ ବୁଲୁଛି ପୋଲିସର ଫ୍ଲାଗମାର୍ଚ୍ଚ

ବିଶେଷ କରି ଦୁର୍ଗା ମଣ୍ଡପ ଗୁଡିକରେ କିପରି ସୁରକ୍ଷା ବଳୟ ରହି ପାରିବ ଓ ରାଜ୍ୟ ତଥା ରାଜ୍ୟ ବାହାର ଜନସାଧାରଣଙ୍କୁ କିପରି ଟ୍ରାଫିକ ସମସ୍ୟାରୁ ବର୍ତ୍ତିପାରିବେ ଏହି ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ ରହିଥିଲା ।


ତେବେ ଶନିବାରଠୁ ଚଳଚଞ୍ଚଳ ହୋଇପଡିବ କଟକ ସହର । ଚଳିତବର୍ଷ ଦୁର୍ଗାପୂଜାରେ ଚାନ୍ଦିମେଢ଼ 27 ରେ ପହଞ୍ଚି ଥବାରୁ ଭିଡ଼ ଜମିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏହି ଜନଗହଳିକୁ ଆୟତ୍ତ କରିବା ପାଇଁ ପୋଲିସ ତିଆରି କରିଛି ଏକ ବ୍ଲୁପ୍ରିଣ୍ଟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details