କଟକ : ବର୍ଷା ଦିନ ପୂର୍ବରୁ କଟକ ମହାନଗର ନିଗମରେ ବସିଲାଣି କାଉନସିଲ ବୈଠକ । ବୈଠକରେ ପରିମଳ, ମୌସୁମୀ ମୁକାବିଲା ଏବଂ ଅନନ୍ୟା ଦିଗ ଉପରେ ହୋଇଛି ବିଧିବଦ୍ଧ ଆଲୋଚନା । ବର୍ଷା ସମୟରେ କଟକ କିପରି ଜଳବନ୍ଦୀ ନହେବ ତାହା ଉପରେ ଫୋକସ ଦେଇଛନ୍ତି କଟକ ମେୟର ଓ କମିଶନର । କାରଣ ପୂର୍ବରୁ ମୌସୁମୀ ସମୟରେ କଟକ ଜଳବନ୍ଦୀ ହୋଇଥାଏ ।
ସିଏମସିକୁ ମୌସୁମୀ ଚିନ୍ତା - ସିଏମସିକୁ ଘାରିଛି ମୌସୁମୀ ଚିନ୍ତା
ସିଏମସିକୁ ଘାରିଛି ମୌସୁମୀ ଚିନ୍ତା । । ବର୍ଷା ସମୟରେ କଟକ କିପରି ଜଳବନ୍ଦୀ ନହେବ, ତାହା ଉପରେ ଫୋକସ ଦେଇଛନ୍ତି କଟକ ମେୟର ଓ କମିଶନର । ଅଧିକ ପଢ଼ନ୍ତୁ
ସିଏମସିକୁ ମୌସୁମୀ ଚିନ୍ତା
ଫଳରେ କଟକ ଲୋକେ ନାହିଁନଥିବା ଅସୁବିଧାର ସମୁଖୀନ ହୋଇଥାନ୍ତି । ତେବେ ଚଳିତବର୍ଷ ମୌସୁମୀ ପ୍ରବାହ ସମୟରେ କଟକ କିପରି ଜଳବନ୍ଦୀରୁ ମୁକ୍ତ ରହିବ ସେନେଇ ବ୍ୟାପକ ପରିମାଣର ଯୋଜନା କରାଯାଇଛି । ଆବଶ୍ୟକ ମୁତାବକ ପମ୍ପସେଟ ମୁତୟନ ହୋଇଛି । ଏହାସହ ତଳିଆ ଅଞ୍ଚଳରେ ପିଇବା ପାଣି ଓ ସ୍ୱଚ୍ଛ ପରିମଳ ଦିଗରେ ନଜର ଦେଇଛି ସିଏମସି ।
ଇଟିଭି ଭାରତ, କଟକ