କଟକ: ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବଢୁଛି ଫାଇଲେରିଆ ରୋଗୀଙ୍କ ସଂଖ୍ୟା । ଯଦିଓ ଏହା ନିୟନ୍ତ୍ରଣରେ ରହିଛି ତଥାପି, ଏହାର ପ୍ରତିଷେଧକ ପାଇଁ ସିଏମସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ବିଶେଷ କରି ଘରେ ଘରେ ବୁଲି ଫାଇଲେରିଆ ଔଷଧ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ଏହି ଅଭିଯାନକୁ ସଫଳ କରିବା ପାଇଁ କର୍ମଚାରୀଙ୍କୁ ଆଜି(ଗୁରୁବାର) ତାଲିମ ଦିଆଯାଇଛି । ଏହି କର୍ମଚାରୀମାନେ ସିଏମସି ଅଞ୍ଚଳରେ ଥିବା ସମସ୍ତ ଲୋକଙ୍କ ପାଖକୁ ଯାଇ ଔଷଧ ବାଣ୍ଟିବେ ।
ଘରେ ଘରେ ବୁଲି ଫାଇଲେରିଆ ଔଷଧ ବାଣ୍ଟିବ CMC - ସିଏମସି ଫାଇଲେରିଆ ଔଷଧ ଖବର
ଘରେ ଘରେ ବୁଲି ଫାଇଲେରିଆ ଔଷଧ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ଏହି ଅଭିଯାନକୁ ସଫଳ କରିବା ପାଇଁ କର୍ମଚାରୀଙ୍କୁ ଆଜି(ଗୁରୁବାର) ତାଲିମ ଦିଆଯାଇଛି । ଅଧିକ ପଢନ୍ତୁ
ଗର୍ଭବତୀ ସ୍ତ୍ରୀ ଲୋକ, ୨ ବର୍ଷରୁ କମ ଶିଶୁ, ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଶିଶୁ, ୮୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ମାନଙ୍କୁ ଏହି ଔଷଧ ବାରଣ କରାଯାଇଛି । ୨ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ୧୦୦ ମିଲିଗ୍ରାମ ବିଶିଷ୍ଟ ଗୋଟିଏ ଟାବଲେଟ ଦିଆଯିବ। ୫ରୁ ୧୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ୨ଟି ଟାବଲେଟ ଓ ୧୫ରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ୩ଟି ଟାବଲେଟ ଖାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ବର୍ଷକୁ ଥରେ ଲେଖାଏଁ କ୍ରମାଗତ ୫ ବର୍ଷ ଏହି ଔଷଧ ଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ତେବେ ଲୋକମାନେ ଏହାକୁ ସେବନ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ