କଟକ: କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି । ପରିବେଶ ପ୍ରଦୂଷଣ ରୋକିବା ଓ ପରିମଳ ବ୍ୟବସ୍ଥା ଲାଗି ସିଏମ୍ସି (CMC)ର ପଦକ୍ଷେପ । ଦିନକୁ 2 ଥର ପଡିଆ ସଫା ଓ ପାଣି ସିଞ୍ଚନ କାର୍ଯ୍ୟକ୍ରମ ହେବ ।
ବାଲିଯାତ୍ରାରେ ମୁଖ୍ୟ ଭୂମିକା ନେବ ସିଏମସି ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ରହିଛି । ଗୋଟିଏ ପଟେ ପ୍ଲଟିଂ କାମ ଜାରି ରହିଥିଲା ବେଳେ ଅନ୍ୟପଟେ ପଡିଆର ଉନ୍ନତି କରଣ, ପରିବେଶ ପ୍ରଦୂଷଣ ରୋକିବା ବା ପରିମଳ ଦିଗରେ ବେଶ ଯତ୍ନବାନ ରହିଛି ସିଏମ୍ସି ।
ଚଳିତବର୍ଷ ବାଲିଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସିଏମସି । କାରଣ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଦର୍ଶକ ବାଲିଯାତ୍ରା ଦେଖିବା ପାଇଁ ଆସିଥାନ୍ତି । ଯଦି ପରିମଳ ବ୍ୟବସ୍ଥା ଠିକ ନରହିବ ତେବେ ବାଲିଯାତ୍ରାର ମାନ କ୍ଷୁର୍ଣ୍ଣ ହେବା ସ୍ବଭାବିକ । ଏହାକୁ ଆଖିଆଗରେ ରଖି ସିଏମସି ମଧ୍ୟ ଦିନକୁ ପଡିଆ 2 ଥର ସଫା କରିବାକୁ ନିଷ୍ପତି ନେଇଛି ।
ଏହାସହିତ ଧୂଳି ଉଡିବା ଦିଗରେ କୌଣସି କେମିକାଲର ବ୍ୟବହାର ନକରି ପାଣି ସିଞ୍ଚନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛି ମହାନଗର ନିଗମ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ