କଟକ: ଗୁଡି ଉଡାରେ ଲାଗିଲା କଟକଣା । ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡା ପ୍ରସଙ୍ଗକୁ ନେଇ କଟକରେ ଚାଇନିଜ୍ ମାଞ୍ଜା ସୂତାକୁ ବ୍ୟାନ କଲା CMC । ତେବେ ଏହାକୁ ଯାଞ୍ଚ ପାଇଁ ୩ ଟି ଟିମ ଗଠିତ ହୋଇଛି । ନିୟମ ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି।
କଟକରେ ମାଞ୍ଜା ସୂତା ବ୍ୟାନ - କଟକରେ ଗୁଡି ଉଡାରେ କଟକଣା
ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡା ପ୍ରସଙ୍ଗକୁ ନେଇ କଟକରେ ଚାଇନିଜ୍ ମାଞ୍ଜା ସୂତାକୁ ବ୍ୟାନ କଲା CMC । ଅଧିକ ପଢନ୍ତୁ...

କଟକରେ ମାଞ୍ଚା ସୂତାକୁ ବ୍ୟାନ କଲା CMC
କଟକରେ ମାଞ୍ଜା ସୂତାକୁ ବ୍ୟାନ କଲା CMC
ରାତି ପାହିଲେ ମକର ସଂକ୍ରାନ୍ତି । ଏନେଇ ଘରେଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେପଟେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ମକର ସଂକ୍ରାନ୍ତିରେ ଗୁଡି ଉଡାକୁ ନେଇ କଟକଣା ଜାରି ହୋଇଛି । ବିଶେଷ କରି ମାଞ୍ଜା ସୂତାର ବ୍ୟବହାର ଉପରେ ରୋକ ଲଗାଯାଇଛି । ମାଞ୍ଜା ସୂତା ଦ୍ବାରା ଅନେକ ଜୀବନ ଯାଉଥିବା ବେଳେ ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ମାଞ୍ଜା ସୂତା ବ୍ୟବହାର ଓ ବିକ୍ରି ଉପରେ ରୋକ ଲଗାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Jan 13, 2021, 3:41 PM IST