କଟକ:ଲଗାଣ ବର୍ଷାରେ ଭିଜୁଛି କଟକ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆହୁରି ୨୪ ଘଣ୍ଟା ବର୍ଷିକ ଲଘୁଚାପ ଜନିତ ବର୍ଷା । କଟକରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ରହିଛି ଯଥେଷ୍ଟ ସମ୍ଭାବନା । ସମସ୍ୟା ପୂର୍ବରୁ ସହରର ବିଭିନ୍ନ ଅଞ୍ଚଳ ବୁଲି କିଭଳି ଜଳ ନିଷ୍କାସନ କରାଯାଇପାରିବ ସେ ନେଇ ତଦାରଖ କରିଛନ୍ତି କଟକ ମେୟର ଓ କମିଶନର ।
ବଜ୍ରକବାଟି, ମାତୃଭବନ ଓ ଖାନନଗର ଠାରେ ଥିବା ସୁଇସ ଗେଟରେ ପହଞ୍ଚି ଜଳ ନିଷ୍କାସନ ଦିଗକୁ ତଦାରଖ କରିଛନ୍ତି । ତେବେ ଅଧିକ ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ୨୫୦ ମଟର, ୩୦ ଭଲବୋ ପମ୍ପ ଓ ଅଗ୍ନିଶମ ବିଭାଗର ବଡ଼ବଡ଼ ମଟର ଜଳ ନିଷ୍କାସନ ପାଇଁ ମୁତୟନ ହୋଇଛି । ଏହାଛଡା ସହରରେ ଥିବା ୫ଟି ପମ୍ପିଙ୍ଗ ଷ୍ଟେସନ ଯୋଗେ କାଠଯୋଡ଼ିକୁ ମଧ୍ୟ ଜଳ ନିଷ୍କାସନ କରାଯାଉଛି ।