ଓଡିଶା

odisha

ETV Bharat / city

କଟକରେ ଚାଲିଛି ନିମ୍ନମାନର ଖାଦ୍ୟ ବ୍ୟବସାୟ: ଉଠା ଦୋକାନୀଙ୍କ ଉପରେ ସିଏମସିର ନଜର - ଉଠା ଦୋକାନୀଙ୍କ ଉପରେ ସିଏମସିର ଚଢାଉ

ଗତ ମାସକ ମଧ୍ୟରେ କଟକର ପ୍ରମୁଖ ଅଞ୍ଚଳ ଯଥା, ସିଡିଏ, ବକ୍ସି ବଜାର, ରାଣୀହାଟ, ଶିଖରପୁର ଆଦି ଅଞ୍ଚଳରୁ ନିମ୍ନମାନର ଖାଦ୍ୟ ପାଇଁ ଅନେକ ଦୋକାନ ସିଲ କରିବା ସହ 50 ହଜାରରୁ ଊର୍ଦ୍ଧ୍ବ ଫାଇନ କାଟି ସାରିଛି କଟକ ମହାନଗର ନିଗମ । ଅଧିକ ପଢନ୍ତୁ...

କଟକରେ ଚାଲିଛି ନିମ୍ନ ମାନର ଖାଦ୍ୟ ବ୍ୟବସାୟ: ଉଠା ଦୋକାନୀଙ୍କ ଉପରେ ସିଏମସିର ନଜର
କଟକରେ ଚାଲିଛି ନିମ୍ନ ମାନର ଖାଦ୍ୟ ବ୍ୟବସାୟ: ଉଠା ଦୋକାନୀଙ୍କ ଉପରେ ସିଏମସିର ନଜର

By

Published : Aug 22, 2021, 6:09 PM IST

କଟକ: କଟକରେ ବଢୁଛି ନିମ୍ନମାନର ଖାଦ୍ୟ । ସିଏମସି ଅଧୀନରେ ରହିଥିବା ସମସ୍ତ ୱାର୍ଡରେ ଏଭଳି ସଙ୍ଗୀନ ଅଭିଯୋଗ ଏବେ ହସ୍ତଗତ ହେଉଛି । ତେବେ ଏହାର ସମାଧାନ ପାଇଁ ସିଏମସି ଅଣ୍ଟା ଭିଡ଼ିଛି । ଗତ ମାସକ ମଧ୍ୟରେ କଟକର ପ୍ରମୁଖ ଅଞ୍ଚଳ ଯଥା, ସିଡିଏ, ବକ୍ସି ବଜାର, ରାଣୀହାଟ, ଶିଖରପୁର ଆଦି ଅଞ୍ଚଳରୁ ଅନେକ ଦୋକାନ ସିଲ କରିବା ସହ 50 ହଜାରରୁ ଊର୍ଦ୍ଧ୍ବ ଫାଇନ କାଟି ସାରିଛି କଟକ ମହାନଗର ନିଗମ ।

କଟକରେ ଚାଲିଛି ନିମ୍ନମାନର ଖାଦ୍ୟ ବ୍ୟବସାୟ: ଉଠା ଦୋକାନୀଙ୍କ ଉପରେ ସିଏମସିର ନଜର
ବିନା ଲାଇସେନ୍ସରେ ଲୋକଙ୍କୁ ଦିଆଯାଇଛି ନିମ୍ନମାନର ଖାଦ୍ୟ । ବିଶେଷକରି ସିଡିଏ ଅଞ୍ଚଳରେ ଥିବା ଉଠା ବ୍ୟବସାୟୀ ଓ ନିମ୍ନ ମାନର ହୋଟେଲରୁ ଏପରି ଅଭିଯୋଗ ସାମ୍ନାକୁ ଆସୁଛି । ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ସିଏମସିର ଖାଦ୍ୟ ସୁରକ୍ଷା ଟିମ ସିଡିଏ ଅଞ୍ଚଳରେ ଯେଉଁ ହୋଟେଲରେ ଖାଦ୍ୟ ନିମ୍ନ ମାନର ତିଆରି ହେଉଛି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ସିଏମସି । ଏହାସହ ଅନ୍ୟ ୱାର୍ଡ ମାନଙ୍କରେ ମଧ୍ୟ ନଜର ରହିଥିବା ନେଇ କହିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧକାରୀ । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details