ଓଡିଶା

odisha

By

Published : Oct 5, 2022, 10:54 PM IST

ETV Bharat / city

ମା'ଙ୍କ ମେଲାଣି ପାଇଁ ଦେବୀଗଡା ପ୍ରସ୍ତୁତ, ଭସାଣୀ ଯାତ୍ରା ନେଇ ସରିଲା ସିଏମସିର ପ୍ରସ୍ତୁତି

କଟକର ବିଭିନ୍ନ ପୂଜା ମଣ୍ଡପରେ ଦଶହରା ନୀତି ପରେ ସରିଛି ବିସର୍ଜନ ପୂଜା । ଆସନ୍ତାକାଲି ଦେବୀ ଭଗବତୀଙ୍କର ବିସର୍ଜନ ହେବାକୁ ଥିବାବେଳେ ଏନେଇ ପ୍ରସ୍ତୁତ ହୋଇଛି ସିଏମସି । ଅଧିକ ପଢ଼ନ୍ତୁ

ମା'ଙ୍କ ମେଲାଣି ପାଇଁ ଦେବୀଗଡା ପ୍ରସ୍ତୁତ, ଭସାଣୀ ଯାତ୍ରା ନେଇ ସରିଲା ସିଏମସିର ପ୍ରସ୍ତୁତି
ମା'ଙ୍କ ମେଲାଣି ପାଇଁ ଦେବୀଗଡା ପ୍ରସ୍ତୁତ, ଭସାଣୀ ଯାତ୍ରା ନେଇ ସରିଲା ସିଏମସିର ପ୍ରସ୍ତୁତି

କଟକ: ଆଜି ହେଉଛି ପବିତ୍ର ବିଜୟା ଦଶମୀ । କଟକର ବିଭିନ୍ନ ପୂଜା ମଣ୍ଡପରେ ଦଶହରା ନୀତି ପରେ ବିସର୍ଜନ ପୂଜା ସରିଛି । ଆସନ୍ତାକାଲି ମେଲାଣି ନେବେ ଜଗତଜନନୀ ମା' ଦୂର୍ଗା । ଏଥିପାଇଁ ଦେବୀଗଡାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ କଟକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାଷ ସିଂ ।

ମା'ଙ୍କ ମେଲାଣି ପାଇଁ ଦେବୀଗଡା ପ୍ରସ୍ତୁତ, ଭସାଣୀ ଯାତ୍ରା ନେଇ ସରିଲା ସିଏମସିର ପ୍ରସ୍ତୁତି

ସିଲଭର ସିଟି କଟକରେ ସରିଛି ମହାମାୟୀଙ୍କ ବିଜୟା ଦଶମୀ । କଟକର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କର ବିଜୟା ଦଶମୀ ଅନୁଷ୍ଠିତ ହୋଇଯାଇଛି । ଏହାପରେ ବିସର୍ଜନ ପୂଜା ମଧ୍ୟ ସମ୍ପର୍ଣ୍ଣ ହୋଇଛି । ଆସନ୍ତାକାଲି ଦେବୀ ଭଗବତୀଙ୍କର ବିସର୍ଜନ ନେଇ ୧୦୦ରୁ ଊର୍ଦ୍ଧ୍ବ ମଣ୍ଡପ ତରଫରୁ ପ୍ରସ୍ତୁତି ହୋଇଛି । ଏନେଇ କଟକ ପ୍ରଶାସନ ଦେବୀଗଡାରେ ବ୍ୟାପକ ପ୍ରସ୍ତୁତି କରିଛି । ଠାକୁରାଣୀଙ୍କ ମୂର୍ତ୍ତୀ ବିସର୍ଜନ ପାଇଁ ସିଏମସି ତରଫରୁ ୩ଟି କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି ।

ଏହା ସହିତ ଭସାଣୀ ଯାତ୍ରା ପାଇଁ ରାସ୍ତାଘାଟ ସଫା, ଗଡା ଆଲୋକୀକରଣ, ପବ୍ଲିକ ଶୌଚାଳୟର ବ୍ୟବସ୍ଥା କରିଛି କଟକ ମହାନଗର ନିଗମ । କାଲି ସକାଳୁ ମା' ମେଲାଣି ଅଭିମୁଖେ ଯିବେ । ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଛି । ଏହାକୁ ତଦାରଖ ମଧ୍ୟ କରିଛନ୍ତି ମେୟର ଓ କମିଶନର । କଟକର ୧୭୦ ମଣ୍ଡପରୁ ଆସନ୍ତାକାଲି ୧୦୦ରୁ ଊର୍ଦ୍ଧ୍ବ ମେଢ଼ ବିସର୍ଜନ ହେବ । ଆଜି ରାତିରେ ମଧ୍ୟ ୨୦ ମେଢ଼ ବିସର୍ଜନ ହେବେ ବୋଲି ସୂଚନା ମିଳିଛି ।

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସିଏମସି ମେୟର ସୁବାଷ ସିଂ । ସେ କହିଛନ୍ତି, "ଆସନ୍ତାକାଲି ୧୦୦ରୁ ଊର୍ଦ୍ଧ୍ବ ମେଢ଼ ବିସର୍ଜନ ହେବାକୁ ଥିବାବେଳେ ଆଜିଠାରୁ ଏହି ଭସାଣୀ ଯାତ୍ରା ଆରମ୍ଭ ହେଉଛି । ବିସର୍ଜନ ପାଇଁ ସିଏମସି ପ୍ରସ୍ତୁତ ହୋଇଛି । ସ୍ବାସ୍ଥ୍ୟ ବିଭାଗ, ପରିମଳ, ବିଦ୍ୟୁତ ବିଭାଗ, ଜଳ ଯୋଗାଣ ଟିମ ମଧ୍ୟ ଦେବୀଗଡା ନିକଟରେ ମୁତୟନ ରହିବେ । ଯାହା ଦ୍ବାରା ମା' ମେଲାଣି ନେବା ସମୟରେ କୌଣସି ବାଧା ସୃଷ୍ଟି ହେବନାହିଁ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details