ଓଡିଶା

odisha

ETV Bharat / city

CMC ଅଧିକାରୀଙ୍କୁ ମେୟରଙ୍କ ଚେତାବନୀ, ଦୁର୍ନୀତି କଲେ ପଡିବ 5T ଛାଟ - କଟକ ମହାନଗର ନିଗମ ଖବର

ପଥ ଗ୍ରହଣ ଉତ୍ସବ ପରେ କଟକ ମହାନଗର ନିଗମ (CMC) ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବୈଠକରେ ମେୟର ସୁବାସ ସିଂ କର୍ମଚାରୀ ମାନଙ୍କୁ ଚେତାବନୀ ଦେଇଛନ୍ତି। ନିରପେକ୍ଷତା ଅବଲମ୍ବନ କରି ସହର ତଥା ସହର ବାସୀଙ୍କ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ମେୟର ସୁବାସ ସିଂ
ମେୟର ସୁବାସ ସିଂ

By

Published : Apr 8, 2022, 8:24 PM IST

କଟକ: ଶପଥ ଗ୍ରହଣ ଉତ୍ସବ ପରେ କଟକ ମହାନଗର ନିଗମ (CMC) ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବୈଠକରେ ମେୟର ସୁବାଷ ସିଂ କର୍ମଚାରୀ ମାନଙ୍କୁ ଚେତାବନୀ ଦେଇଛନ୍ତି । ନିରପେକ୍ଷତା ଅବଲମ୍ବନ କରି ସହର ତଥା ସହରବାସୀଙ୍କ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତି କଲେ 5T ଛାଟ ପଡିବ ବୋଲି ସିଧାସିଧା ଶୁଣାଇଛନ୍ତି ମେୟର ।

CMC ଅଧିକାରୀଙ୍କୁ ମେୟରଙ୍କ ଚେତାବନୀ ଦୁର୍ନୀତି କଲେ କାର୍ଯ୍ୟାନୁଷ୍ଠାନ

ସିଏମସିର ପ୍ରଥମ ଅଣ ଆନୁଷ୍ଠାନିକ ବୈଠକରେ ମେୟର ସୁବାଷ ସିଂଙ୍କ ଖୋଲା ବାର୍ତ୍ତା। ନିର୍ବାଚିତ ହୋଇ ଥିବା ସମସ୍ତ କର୍ପୋରେଟରଙ୍କ ସହ ସିଏମସିରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ରୋକ ଠୋକ ନିର୍ଦ୍ଦେଶ ଦେଇଛନ୍ତି ସୁବାଷ। ଦୁର୍ନୀତି ଠାରୁ ଦୂରରେ ରହିବା ସହ ନିଷ୍ଠାପର ଭାବେ ସହରବାସୀଙ୍କ ପାଇଁ କାମ କରିବା ଲାଗି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଏଥିରେ ଖିଲାପ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତେ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି । ଲୋକମାନେ ଯେଉଁ ଆଶା ଓ ଭରସା ରଖି ନିର୍ବାଚିତ କରିଛନ୍ତି ତାହାକୁ ପୂରଣ କରାଯିବ। ଲୋକଙ୍କ ସେବା ପାଇଁ ସମସ୍ତଙ୍କ ଦାୟିତ୍ବ ରହିଥିବା ସୁବାସ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details