କଟକ:ସମଗ୍ର ବିଶ୍ବରେ ମାଡ଼ି ଚାଲିଛି ଓମିକ୍ରନ ଭାଇରସ । ଏପରିକି କଟକ ସହରରେ ମଧ୍ୟ ଏହି ଭାଇରସ ନିଜର ଉପସ୍ଥିତି ଜାହିର କରି ସାରିଲାଣି । କିନ୍ତୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ କ୍ରୀଡା ଉତ୍ସବର ଉଦଯାପନୀ ଉତ୍ସବରେ କୋରାନା କଟକଣାକୁ ଫୁ କରିଛନ୍ତି ଛାତ୍ରଛାତ୍ରୀ ଓ ଅଧ୍ୟାପକ । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କଟକ ମହାନଗର ନିଗମ ଆୟୋଜକ କମିଟିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ।
ଦୁଇ ଦିନ ତଳେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଶେଷ ହୋଇଥିବା କ୍ରୀଡ଼ା ଉତ୍ସବର ଉଦଯାପନୀ ଉତ୍ସବରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନେଇ ନାଚ ଗୀତର ଆସର ଜମିଥିଲା । ସାମାଜିକ ଦୂରତା ତ ଦୂରର କଥା ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ କେହି ଜଣେ ବି ମାସ୍କ ପିନ୍ଧି ନଥିଲେ ।
ସାମାଜିକ ଗଣମାଧ୍ୟମରେ ସେହି ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ କ୍ରୀଡ଼ା ଉତ୍ସବ ଆୟୋଜନ କରିଥିବା ଶିକ୍ଷକ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନେ ନିଜସ୍ବ ଉଦ୍ୟମରେ ଆୟୋଜନ କରିଥିବା ମତ ଦେଇଛନ୍ତି ।