ଓଡିଶା

odisha

ETV Bharat / city

ଆସୁଛି ଗଣେଶ ପୂଜା, ଗାଇଡଲାଇନ ଜାରି କଲା CMC

ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି କଲା CMC । ୭ ଜଣଙ୍କ ମଧ୍ୟରେ ମଣ୍ଡପଗୁଡିକରେ ପୂଜା ପାଇଁ ଅନୁମତି । ଅଧିକ ପଢନ୍ତୁ...

ପାଖେଇ ଆସୁଛି ଗଣେଶ ପୂଜା, ଗାଇଡଲାଇନ ଜାରି କଲା CMC
ପାଖେଇ ଆସୁଛି ଗଣେଶ ପୂଜା, ଗାଇଡଲାଇନ ଜାରି କଲା CMC

By

Published : Aug 31, 2021, 6:11 PM IST

କଟକ:ପାଖେଇ ଆସୁଛି ଗଣେଶ ପୂଜା । ଏନେଇ ଗାଇଡଲାଇନ ଜାରି କଲା କଟକ ମହାନଗର ନିଗମ । ପୂଜା ପାଇଁ ପୂଜା ମଣ୍ଡପଗୁଡିକୁ କମିଶନରେଟ ପୋଲିସ ଠାରୁ ନେବାକୁ ହେବ ଅନୁମତି ।

ସିଏମସି ଗାଇଡଲାଇନ ଅନୁଯାୟୀ, ଆବଦ୍ଧ ପରିବେଶ ମଧ୍ୟରେ ପୂଜା ହେବ । ଏଥର ମଧ୍ୟ ସର୍ବସାଧାରଣ ଦର୍ଶନକୁ ନିଷେଧ କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ହେବାକୁ ଥିବା ପୂଜାରେ ମାତ୍ର ୨୦ ଜଣଙ୍କ ସାମିଲକୁ ଅନୁମିତ ଦିଆଯାଇଛି ।

ହେଲେ ପୂଜା ମଣ୍ଡପଗୁଡିକରେ କେବଳ ୭ ଜଣ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପୂଜା କରାଯିବ । ଚଳିତ ବର୍ଷ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details