କଟକ: ମହାନଗର ନିଗମର ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଆସନ୍ତା ପାର୍ବଣ ପୂର୍ବରୁ କଟକ ସହରକୁ ସରସ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଛି । ଭସାଣି ଶୋଭାଯାତ୍ରା ପୂର୍ବରୁ ସମସ୍ତ ରାସ୍ତା ମରାମତି କରାଯିବାକୁ ନିଷ୍ପତ୍ତି । ଗଣେଶ ପୂଜା ଭସାଣି ତିନୋଟି ରବିବାର କରିବା ପାଇଁ ବୈଠକରେ ସ୍ଥିର ହୋଇଛି ।
ଆସୁଛି ପାର୍ବଣ, କଟକ ମହାନଗର ନିଗମର ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ - ସିଏମସି
ପାର୍ବଣ ଋତୁରେ ପ୍ରସ୍ତୁତି ପାଇଁ କଟକ ମହାନଗର ନିଗମର ଉଚ୍ଚସ୍ତରୀୟ ବୈଠକ । ଗଣେଶ ପୂଜା ପୂର୍ବରୁ ସହରର ସମସ୍ତ ରାସ୍ତା ମରାମତି କରିବା, ଗଛ କାଟିବା, ବିଦ୍ୟୁତ ଓ କେବୁଲ ତାର ଉଠାଇବାକୁ ନିଷ୍ପତି । ଅଧିକ ପଢ଼ନ୍ତୁ
ପାର୍ବଣ ଋତୁ ପାଇଁ ସିଏମସି, ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି ଓ ବିଭିନ୍ନ ବିଭାଗକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗଣେଶ ପୂଜା ପୂର୍ବରୁ ସହରର ସମସ୍ତ ରାସ୍ତା ମରାମତି କରିବା, ଗଛ କାଟିବା, ବିଦ୍ୟୁତ ଓ କେବୁଲ ତାର ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି । ବିଶେଷ ଭାବେ ଜାଇକା ଚାମ୍ବର କାମ ସରିଥିବା ରାସ୍ତାକୁ ବିଶେଷ ଧ୍ୟାନ ଦେବା ପାଇଁ କୁହାଯାଇଛି । ଗତ ଦିନରେ ଚୌଧୁରୀ ବଜାର ଛକରେ ଜାଇକା ଚାମ୍ବର ଦବିବାରୁ ୧୫ ଫୁଟ ଗାତ ସୃଷ୍ଟି ହୋଇଥିଲା । ଏପରି ଘଟଣା ଯେପରି ପାର୍ବଣ ଋତୁରେ ନଘଟେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଜାଇକା କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ମେୟର ସୁବାଷ ସିଂ ।
ଇଟିଭି ଭାରତ, କଟକ